ଲୋକଙ୍କୁ ଉତ୍ତମ ସେବା ପ୍ରଥମ ଧର୍ମ: ଗଞ୍ଜାମ ଏସପି
ଛତ୍ରପୁର: ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ହିଁ ପୋଲିସ ବାହିନୀର ପ୍ରଥମ ଧର୍ମ। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାକୁ ପାଳନ କରିବା ଉଚିତ। ପୋଲିସ ବାହିନୀ ନିଜକୁ ପଛରେ ପକାଇ ଏପରିକି ନିଜ ଜୀବନକୁ ବାଜି ଲଗାଇ ଆଇନଶୃଙ୍ଖଳା ସମ୍ଭାଳିବା ସହ ଅପରାଧ ନିୟନ୍ତ୍ରଣ କରି ଆସୁଛନ୍ତି ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାସ୍ତରୀୟ ୮୯ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହା [...]
ଛତ୍ରପୁର: ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ହିଁ ପୋଲିସ ବାହିନୀର ପ୍ରଥମ ଧର୍ମ। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାକୁ ପାଳନ କରିବା ଉଚିତ। ପୋଲିସ ବାହିନୀ ନିଜକୁ ପଛରେ ପକାଇ ଏପରିକି ନିଜ ଜୀବନକୁ ବାଜି ଲଗାଇ ଆଇନଶୃଙ୍ଖଳା ସମ୍ଭାଳିବା ସହ ଅପରାଧ ନିୟନ୍ତ୍ରଣ କରି ଆସୁଛନ୍ତି ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାସ୍ତରୀୟ ୮୯ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହା କହିଛନ୍ତି ସେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ ସହ ରିଜର୍ଭ ଇନିସପେକ୍ଟର୍ ଅମୂଲ୍ୟ ନାୟକଙ୍କ ତତ୍ତ୍ଵାବଧାନରେ ହୋଇଥିବା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ସେ। ଏଥିସହ କର୍ତ୍ତବ୍ୟବୋଧ ଓ ସାହାସିକତା ନିମନ୍ତେ ୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। କୋଟିନଡ଼ା ଥାନା ଏସ୍ଆଇ ସତ୍ୟବ୍ରତ ସାହୁ, ରମ୍ଭା ଥାନା ହାବିଲଦାର ରାମଚନ୍ଦ୍ର ମୁଦୁଲି, ଜିଲ୍ଲା ପୋଲିସ ମୁଖ୍ୟାଳୟ କନଷ୍ଟେବଳ କାହ୍ନୁଚରଣ ପଣ୍ଡା ଓ ଏପିଆର୍ କନଷ୍ଟେବଳ ଶିଶିର କୁମାର ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ।
‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
Next ArticleEnsuring Better Service to People is the First Motto of Police: Ganjam SP
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
