ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଝଟକା ପରେ ଝଟକା : ହାତ ଛାଡିଲେ କେନ୍ଦ୍ରାପଡା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା

ଭୁବନେଶ୍ୱର – ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଥିବାରୁ ତୃଣମୂଳ ସ୍ତରରେ ଦଳୀୟ କର୍ମୀ ନିରାଶ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ହାତ ଛାଡ଼ିବାରେ ଲାଗିଛନ୍ତି। ଗତ କିଛି ଦିନ ମଧ୍ୟରେ ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ କଂଗ୍ରେସର ହାତ ଛାଡି ବିଜେଡି ଓ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ [...]

Admin•ଅପ୍ରେଲ 2, 2024
Share Article:

ଭୁବନେଶ୍ୱର – ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଥିବାରୁ ତୃଣମୂଳ ସ୍ତରରେ ଦଳୀୟ କର୍ମୀ ନିରାଶ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ହାତ ଛାଡ଼ିବାରେ ଲାଗିଛନ୍ତି। ଗତ କିଛି ଦିନ ମଧ୍ୟରେ ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ କଂଗ୍ରେସର ହାତ ଛାଡି ବିଜେଡି ଓ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ପରେ ଏବେ ଆଉ ଜଣେ ଟାଣୁଆ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାର ଚର୍ଚ୍ଚିତ କଂଗ୍ରେସ ନେତା ଗଣେଶ୍ୱର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ଜଣେ ଟାଣୁଆ ନେତା ଥିବା ଗଣେଶ୍ୱର ପଟ୍ଟାମୁଣ୍ଡାଇରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସରକାର ଅମଳରେ ସେ ମନ୍ତ୍ରୀ ମଧ୍ୟ ଥିଲେ । ଗତ କିଛି ନିର୍ବାଚନରେ ସେ ପରାଜିତ ହୋଇ ଆସୁଥିଲେ ମଧ୍ୟ ତାଙ୍କର ସାଂଗଠନିକ ଦକ୍ଷତା ଓ ଲୋକସମ୍ପର୍କ ନେଇ ସେ ଚର୍ଚ୍ଚାରେ ରହିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ଅଳ୍ପକେ ହାରିଯାଇଥିଲେ ।

#Odia#Odisha#News
Share Article:

Related Articles