ରମ୍ଭା ରାଜପ୍ରାସାଦର ନବକଳେବର
ଛତ୍ରପୁର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂଗ୍ରାମରେ ଗଞ୍ଜାମ ଜିଲ୍ଲା ରମ୍ଭା ରାଜପ୍ରାସାଦର ଭୂମିକା ଅବିସ୍ମରଣୀୟ। ଏଇଠୁ ହିଁ ପଡ଼ିଥିଲା ଭାଷାଭିତ୍ତିକ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନର ମୂଳଦୁଆ। ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ଏହି ରାଜଉଆସରେ ଆୟୋଜିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯାଇ ଥିଲା। ଆଉ ଯେତେବେଳେ ସାରା ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳିଛି , ସେତେବେଳେ ଏହି ଐତିହ୍ୟସମ୍ପନ୍ନ ରାଜବାଟୀର ନବକଳେବର ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆମ [...]
ଛତ୍ରପୁର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂଗ୍ରାମରେ ଗଞ୍ଜାମ ଜିଲ୍ଲା ରମ୍ଭା ରାଜପ୍ରାସାଦର ଭୂମିକା ଅବିସ୍ମରଣୀୟ। ଏଇଠୁ ହିଁ ପଡ଼ିଥିଲା ଭାଷାଭିତ୍ତିକ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନର ମୂଳଦୁଆ। ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ଏହି ରାଜଉଆସରେ ଆୟୋଜିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯାଇ ଥିଲା। ଆଉ ଯେତେବେଳେ ସାରା ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳିଛି , ସେତେବେଳେ ଏହି ଐତିହ୍ୟସମ୍ପନ୍ନ ରାଜବାଟୀର ନବକଳେବର ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆମ ରାଜ୍ୟର ଇତିହାସ ସହ ଜଡ଼ିତ ଏହି ସ୍ଥାନର ନୂଆ ରୂପକୁ ଭର୍ଚୁଆଲରେ ଉଦ୍ଘାଟନ କରାଯାଇଛି। ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ଓଡ଼ିଶାର ଗୌରବମୟ ଇତିହାସରେ ରମ୍ଭା ରାଜପ୍ରାସାଦର ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ଏବେ ନୂଆ ରୂପ ପାଇଛି। ଏହି ରାଜପ୍ରସାଦ ସ୍ବାଧୀନତା ସଂଗ୍ରାମ ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଆମ ରାଜ୍ୟର ଅସ୍ମିତା ଓ ସ୍ବାଭିମାନର ସାକ୍ଷୀ ରହିଛି।


ଏମିତି ତ ରାଜ୍ୟରେ ଅନେକ ରାଜପ୍ରାସାଦ ତଥା ଦୁର୍ଗ ରହିଛି। ହେଲେ ଇତିହାସରେ ଚର୍ଚ୍ଚିତ ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ପ୍ୟାଲେସକୁ ନବକଳେବର କରିଛନ୍ତି ରାଜ୍ୟ ସରକାର। ରାଜଉଆସର ପୁନରୁଦ୍ଧାରକୁ ରୂପ ଦେଇଛନ୍ତି ଦେଶର ପ୍ରସିଦ୍ଧ ସ୍ଥପତି ସି.ଦାସଟ୍ଟେ। କେବଳ ଯେ କୋଠା ନୁହେଁ, ଏଥିସହ ଏହା ପରିସରରେ ଥିବା ପାହାଚ, କାଠର କବାଟ ଓ ଝରକା ସମେତ କଳାକୃତି ସାଙ୍ଗକୁ ଜଳଫୁଆରା ଏବଂ ବିଶେଷ କରି ଶତାଧିକ ବର୍ଷ ପୁରୁଣା ବିଲିଆର୍ଡସ୍ ଟେବୁଲ ମଧ୍ୟ ନୂଆ ରୂପରେ ସଜ୍ଜିତ କରାଯାଇଛି। ପ୍ରକାଶଥାଉକି ୧୭୯୧- ୯୨ ମସିହାରେ ନିର୍ମିତ ଏହି ରାଜପ୍ରସାଦ ଏବେବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଏହି ରାଜପ୍ରସାଦ ଓଡ଼ିଶାର ଇତିହାସ ଓ ଭବିଷ୍ୟତ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ମରଣୀୟ କୀର୍ତ୍ତିସ୍ତମ୍ଭ ହୋଇ ରହିବ ଯେଉଁଥିରେ ଆମ ରାଜ୍ୟର ସାଂସ୍କୃତିକ ବିବିଧତାର ସୁନ୍ଦର ଝଲକ ଦେଖିହେବ। ରମ୍ଭା ରାଜଉଆସ ନିକଟରେ ରହିଛି ମହାଦେଶର ସର୍ବବୃହତ ଲୁଣିଆ ଜଳର ଚିଲିକା ହ୍ରଦ। ଏହାର ଜୈବ ବିବିଧତା, ଦେଶୀ ଓ ବିଦେଶୀ ପକ୍ଷୀଙ୍କ କୋଳାହଳ ମଧ୍ୟ ପ୍ରକୃତିପ୍ରେମୀ, ଟୁରିଷ୍ଟଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ। ଫଳରେ ଆଗାମୀ ଦିନରେ ରମ୍ଭାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ଆଶା କରାଯାଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ଭାଷଣରେ ଓଡ଼ିଶା ସମେତ ସମଗ୍ର ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରୁଛି ବୋଲି ଉଲ୍ଲେଖ କରିଛନ୍ତି।

Paradip Port Pips Kandla to Become India’s Highest Cargo Handling Port
Next Articleପୁଣି ଆରମ୍ଭ ହୋଇପାରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ; ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବୋର୍ଡ ମଧ୍ୟରେ ଚାଲିଛି ଆଲୋଚନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
