ପ୍ରଥମ ଥର ପାଇଁ ଏସସିବିରେ ହେଲା ଯକୃତ ପ୍ରତିରୋପଣ, ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ଯକୃତ
କଟକ – ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ନିଜର ଯକୃତ । ଆଉ ଏହି ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର ଏସସିବିରେ ସଫଳତାର ସହ କରାଯାଇଛି। ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି । ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ୪୫ [...]
କଟକ – ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ନିଜର ଯକୃତ । ଆଉ ଏହି ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର ଏସସିବିରେ ସଫଳତାର ସହ କରାଯାଇଛି। ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି । ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ୪୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଦୀର୍ଘ ୬ ବର୍ଷ ହେଲା ଲିଭର ସମସ୍ୟା ରହିଥିଲା । ବଞ୍ଚିବା ପାଇଁ ତାଙ୍କ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା । ସେ ଦେଢମାସ ହେବ ଏସସିବିରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଏସସିବିରେ ଲିଭର ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତାଙ୍କ ପତ୍ନୀ ଲିଭର ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏଥିପାଇଁ ୬ ମାସ ହେବ ସରକାରୀ ସ୍ତରରେ କାଗଜପତ୍ର ପ୍ରସ୍ତୁତି ଚାଲିଥିଲା । ଲିଭର ପ୍ରତିରୋପଣ ପାଇଁ ଅଥରାଇଜେସନ୍ କମିଟିର ଅନୁମୋଦନ ପରେ ଗତ ମାସରୁ ରୋଗୀ ଜଣଙ୍କ ଏସସିବି ହେପାଟୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳ ସାଢେ ୭ଟାରୁ ଅପରାହଣ ୪ଟା ପର୍ଯ୍ୟନ୍ତ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇ ଲିଭର ପ୍ରତିରୋପଣ କରାଯାଇଛି । ଦୀର୍ଘ ୧୦ ଘଣ୍ଟାର ଅପରେସନ୍ ପରେ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି ।
ଗ୍ରୀଷ୍ମ ପ୍ରକୋପ ଯୋଗୁଁ ସମ୍ବଲପୁରରେ ବଦଳିଲା ସ୍କୁଲ୍ ସମୟ
Next ArticleCuttack SCB Becomes First Govt Hospital In State To Conduct Liver Transplant
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
