ଫୋର୍ବସ୍ ଧନୀ ତାଲିକାର ଟପ୍ -୧୦ରେ ମୁକେଶ ଅମ୍ବାନୀ, ଆଦାନୀ ୧୭ତମ ସ୍ଥାନରେ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ମୁଖ୍ୟ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଭାରତୀୟ ଭାବେ ମାନ୍ୟତା ବଜାୟ ରଖିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଫୋର୍ବସ୍ ତାଲିକାରେ ଅମ୍ବାନୀ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି। ଫୋର୍ବସ୍ ଅନୁଯାୟୀ, ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ବିଲିୟନ ଡଲାର। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୮୩.୪ ବିଲିୟନ ଡ଼ଲାର୍ | [...]
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ମୁଖ୍ୟ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଭାରତୀୟ ଭାବେ ମାନ୍ୟତା ବଜାୟ ରଖିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଫୋର୍ବସ୍ ତାଲିକାରେ ଅମ୍ବାନୀ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି।
ଫୋର୍ବସ୍ ଅନୁଯାୟୀ, ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ବିଲିୟନ ଡଲାର। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୮୩.୪ ବିଲିୟନ ଡ଼ଲାର୍ |
ଅମ୍ବାନୀଙ୍କ ପରେ ଆଦାନୀ ହେଉଛନ୍ତି ଭାରତର ସବୁଠୁ ଦ୍ୱିତୀୟ ଧନୀ ବ୍ୟକ୍ତି । ସେ ବିଶ୍ୱ ତାଲିକାରେ ୧୭ତମ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ ହେଉଛି ୮୪ ବିଲିୟନ ଡଲାର | ୨୦୨୩ ମସିହାରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀଙ୍କ ସମ୍ପତ୍ତି ଏକଦା ୯୦ ବିଲିୟନ ଡ଼ଲାରରୁ ୪୭.୨ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ଆଦାନୀ ଗ୍ରୁପ୍ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା ।
ଫୋର୍ବସ୍ ୨୦୨୪ ଧନୀ ତାଲିକାରେ ୨,୭୮୧ ଜଣଙ୍କୁ ସାମିଲ କରାଯାଇଛି | ଗତ ବର୍ଷ ତୁଳନାରେ ଏଥିରେ ୧୪୧ ଅଧିକ ବ୍ଯକ୍ତି ଅଛନ୍ତି।
ଏହି ତାଲିକା ଅନୁଯାୟୀ, ବିଶ୍ୱର ଧନୀ ବ୍ୟକ୍ତିମାନେ ଏବେ ଅଧିକ ଧନୀ ହୋଇଛନ୍ତି | ସେମାନଙ୍କର ମୋଟ ସମ୍ପତ୍ତି ହେଉଛି ୧୪.୨ ଟ୍ରିଲିୟନ ଡଲାର, ଯାହା ୨୦୨୩ ଅପେକ୍ଷା ୨ ଟ୍ରିଲିୟନ ଡଲାର ଅଧିକ |
ତାଲିକାରେ ସାମିଲ ଦୁଇ-ତୃତୀୟାଂଶ ଧନୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି | ଅନ୍ୟପକ୍ଷରେ ଏକ ଚତୁର୍ଥାଂଶ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହ୍ରାସ ପାଇଛି |
ଫ୍ୟାଶନ୍ ଏବଂ କସମେଟିକ୍ସ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ‘ଏଲଭିଏମ୍ଏଚ୍’ ର ବର୍ନାର୍ଡ ଆର୍ନାଲ୍ଟ ୨୩୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ଫୋର୍ବସ୍ ତାଲିକାର ଶୀର୍ଷରେ ଅଛନ୍ତି | ତାଙ୍କ ପରେ ୧୯୫ ବିଲିୟନ ଡଲାର ସହିତ ଏଲନ ମସ୍କ ଏବଂ ୧୯୪ ବିଲିୟନ ଡଲାରର ସମ୍ପତ୍ତି ସହ ଆମାଜନ ମାଲିକ ଜେଫ ବେଜୋସ ରହିଛନ୍ତି। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କର ୧୭୭ ବିଲିୟନ ଡ଼ଲାର ମୂଲ୍ୟର ସମ୍ପତ୍ତି ଅଛି |
ବିଶ୍ବ ଧନୀ ତାଲିକାରେ ସାମିଲ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଆଇଟି ଜାଏଣ୍ଟ ଏବଂ ଏଚସିଏଲ୍ ସହପ୍ରତିଷ୍ଠାତା ଶିବ ନାଡାର ୩୯ ତମ ସ୍ଥାନରେ ଅଛନ୍ତି, ଯାହଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୩୬.୯ ବିଲିୟନ ଡଲାର । ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ ଏବଂ ପରିବାର ୩୩.୫ ବିଲିୟନ ଡ଼ଲାର ସହ ୪୬ ତମ ସ୍ଥାନରେ ରହିଛନ୍ତି । ସନ୍ ଫାର୍ମାର ଦିଲୀପ ସାଂଗଭି ୨୬.୭ ବିଲିୟନ ଡ଼ଲାର୍ ସହିତ ୬୯ତମ ସ୍ଥାନରେ ଅଛନ୍ତି । ଟିକା ନିର୍ମାତା ସାଇରସ୍ ପୁନାୱାଲା ୨୧.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ୯୦ ତମ ସ୍ଥାନ, ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ୍ ସିଂ ୨୦.୯ ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ୯୨ ତମ ସ୍ଥାନରେ ଅଛନ୍ତି।
Cuttack SCB Becomes First Govt Hospital In State To Conduct Liver Transplant
Next Articleକଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
