ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କଂଗ୍ରେସକୁ ଆଉ ଏକ ଝଟକା, ଦଳ ଛାଡ଼ିଲେ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ

ଭୁବନେଶ୍ୱର – ରାଜ୍ୟରେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ପଛୁଆ ଥିବା କଂଗ୍ରେସକୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି। ଦଳ ଛାଡୁଛନ୍ତି ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ । ଆଜି ଆଉ ଜଣେ ନେତା ହାତ ଛାଡିଛନ୍ତି। ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବିଶ୍ୱଭୂଷଣ କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ । ପୂର୍ବରୁ ସେ ପିସିସି ସାଧାରଣ ସଂପାଦକ [...]

Admin•ଅପ୍ରେଲ 5, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ପଛୁଆ ଥିବା କଂଗ୍ରେସକୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି। ଦଳ ଛାଡୁଛନ୍ତି ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ । ଆଜି ଆଉ ଜଣେ ନେତା ହାତ ଛାଡିଛନ୍ତି। ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବିଶ୍ୱଭୂଷଣ କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ । ପୂର୍ବରୁ ସେ ପିସିସି ସାଧାରଣ ସଂପାଦକ ଦାୟିତ୍ବରେ ମଧ୍ୟ ଥିଲେ। ସେ ଛାତ୍ର ରାଜନୀତିରେ ସକ୍ରିୟ ରହିବା ସହ ବିଜେବି କଲେଜର ସଭାପତି ହୋଇଥିଲେ । ପରେ ସେ ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ହୋଇଥିଲେ ।

#Odia#Odisha#News
Share Article:

Related Articles