ଅନାଥ ୫ ଭାଇଭଉଣୀଙ୍କୁ ଥଇଥାନ କଲା କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି
ଫୁଲବାଣୀ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ୫ ଅନାଥ ପିଲାଙ୍କ ଦୁର୍ଦ୍ଦଶା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛି । ପାଞ୍ଚ ଭାଇଭଉଣୀ ପ୍ରଥମେ ନିଜ ମାଆଙ୍କୁ ହରାଇଥିବା ବେଳେ ଗତମାସରେ ବାପାଙ୍କର ବି ମୃତ୍ୟୁ ଘଟିଥିଲା । ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ ସ୍ୱେଚ୍ଛାସେବୀ ସଙ୍ଗଠନ । ଆଜି ୫ ଅନାଥ [...]
ଫୁଲବାଣୀ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ୫ ଅନାଥ ପିଲାଙ୍କ ଦୁର୍ଦ୍ଦଶା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛି । ପାଞ୍ଚ ଭାଇଭଉଣୀ ପ୍ରଥମେ ନିଜ ମାଆଙ୍କୁ ହରାଇଥିବା ବେଳେ ଗତମାସରେ ବାପାଙ୍କର ବି ମୃତ୍ୟୁ ଘଟିଥିଲା । ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ ସ୍ୱେଚ୍ଛାସେବୀ ସଙ୍ଗଠନ । ଆଜି ୫ ଅନାଥ ପିଲାଙ୍କୁ ( ତିନି ଭଉଣୀ ଓ ଦୁଇ ଭାଇ) ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନିଆଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ କାଉନସେଲିଂ କରାଯାଇଥିଲା । ଦୁଇ ଭାଇଙ୍କୁ କଳିଙ୍ଗା ଶିଶୁ ଯତ୍ନ ଅନୁଷ୍ଠାନ ଓ ଦୁଇ ଭଉଣୀଙ୍କୁ ଘୁ. ଉଦୟଗିରି ଶିଶୁ ଯତ୍ନ ଅନୁଷ୍ଠାନ ହଷ୍ଟେଲରେ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶିଶୁ ମଙ୍ଗଳ କମିଟି। ବଡ଼ ଭଉଣୀଙ୍କୁ ଫୁଲବାଣୀ ସରକାରୀ ପଲିଟେକନିକ୍ ରେ ପାଠ ପଢ଼ିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖରା ଯୋଗୁଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ସମୟ ପରିବର୍ତ୍ତନ କଲେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
Next Articleଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
