ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟଙ୍କ ବଦଳି ଦାବିରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ଆଗରେ ଟିଏମସି ନେତାଙ୍କ ଧାରଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ମୁଖ୍ୟଙ୍କ ବଦଳି ଦାବିରେ ତୃଣମୂଳ କଂଗ୍ରେସ ନେତାମାନେ ସୋମବାର ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଦିଲ୍ଲୀ ପୋଲିସ ଟିଏମସି ନେତାଙ୍କୁ ସେଠାରୁ ହଟାଇ ଅଟକ ରଖିଥିବା ଅଭିଯୋଗ ହୋଇଛି । ଧାରଣା ପାଇଁ ଟିଏମସି ନେତାମାନେ ଅନୁମତି ନେଇନଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ [...]

Admin•ଅପ୍ରେଲ 8, 2024
Share Article:

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ମୁଖ୍ୟଙ୍କ ବଦଳି ଦାବିରେ ତୃଣମୂଳ କଂଗ୍ରେସ ନେତାମାନେ ସୋମବାର ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଦିଲ୍ଲୀ ପୋଲିସ ଟିଏମସି ନେତାଙ୍କୁ ସେଠାରୁ ହଟାଇ ଅଟକ ରଖିଥିବା ଅଭିଯୋଗ ହୋଇଛି । ଧାରଣା ପାଇଁ ଟିଏମସି ନେତାମାନେ ଅନୁମତି ନେଇନଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତିି ।

ଡେରେକ ଓ’ବ୍ରାଏନ୍, ଡୋଲା ସେନ୍, ସକେତ ଗୋଖଲେ ଏବଂ ସାଗାରିକା ଘୋଷଙ୍କ ସମେତ ତୃଣମୂଳ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧୀ ଦଳ ସୋମବାର ସେମାନଙ୍କର ଦାବି ସହିତ କମିଶନଙ୍କ ପୂର୍ଣ୍ଣ ପୀଠକୁ ଭେଟିଥିଲେ। ଏହାପରେ ଦଳୀୟ ନେତାମାନେ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।

ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ବିରୋଧୀ ଦଳକୁ ଟାର୍ଗେଟ୍ କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।

ନିର୍ବାଚନ ପୂର୍ବରୁ ଏନଆଇଏ ଏବଂ ବିଜେପି ମଧ୍ୟରେ ଆସାଧୁ ମେଣ୍ଟ ହୋଇଛି ବୋଲି ରବିବାର ଟିଏମସି ଅଭିଯୋଗ କରିଥିଲା। ତେବେ ତଦନ୍ତକାରୀ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରି ଏହି ବିବାଦକୁ ‘ଦୁର୍ଭାଗ୍ୟଜନକ’ ବୋଲି କହିଥିଲା।

୨୦୨୨ର ଏକ ବିସ୍ଫୋରଣ ମାମଲାରେ ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଗିରଫ କରିବା ପାଇଁ ଏନଆଇଏ ଟିମ୍ ଶନିବାର ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗର ଯାଇଥିଲା । ତେବେ ତଦନ୍ତକାରୀ ସଂସ୍ଥାର ଟିମ୍ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର‌ ହୋଇଥିବା ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ପାଲଟା ଅଭିଯୋଗ କରି କହିଥିଲେ ଯେ ଏନ୍ଆଇଏ ଟିମ୍ ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ନେଇ ଉଭୟ ଦଳ ମଧ୍ୟରେ ବାକବିତଣ୍ଡା ଜୋର୍ ଧରିଛି ।

#Odia#Odisha#News
Share Article:

Related Articles