ଦଣ୍ଡନାଚ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ
ଫୁଲବାଣୀ – ଦଣ୍ଡ ନାଚ ଚାଲିଥିଲା ବେଳେ ଅଘଟଣ । ନାଚ ଚାଲିଥିବା ବେଳେ ବର୍ଷା ହେବାରୁ ଓଦା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଣ୍ଡ ନାଚ ପରିବେଷଣ କରୁଥିଲେ I ସୋମବାର [...]
ଫୁଲବାଣୀ – ଦଣ୍ଡ ନାଚ ଚାଲିଥିଲା ବେଳେ ଅଘଟଣ । ନାଚ ଚାଲିଥିବା ବେଳେ ବର୍ଷା ହେବାରୁ ଓଦା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଣ୍ଡ ନାଚ ପରିବେଷଣ କରୁଥିଲେ I ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା I ଯାହାଫଳରେ କିଛି ସମୟ ଦଣ୍ଡ ନାଚ ବନ୍ଦ ହୋଇଥିଲା I ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ । ବିଦ୍ୟୁତ ପ୍ରବାହିତ ହେଉଥିବା ତାର ସଂସ୍ପର୍ଶରେ ଆସି ଦଣ୍ଡୁଆ ଜଣକ ଅଚେତ ହୋଇତଳେ ପଡିଯାଇଥିଲେ I ପରେ ଅନ୍ୟଦଣ୍ଡୁଆ ମାନଙ୍କ ସହ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ I ମୃତ ଦଣ୍ଡୁଆ ଜଣକଙ୍କର ନାମ ପ୍ରଭାତ କହଁର ବୋଲି ଜଣାପଡ଼ିଛି । ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବାସିନ୍ଦା। ଖବର ପାଇଁ ଖଜୁରୀପଡା ପୋଲିସ ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଦଦନ୍ତ ଜାରି ରଖିଥିବା ଜଣାପଡିଛି I
ସିଙ୍ଗଡ଼ାରୁ ବାହାରିଲା ଗୋଡ଼ି, ଗୁଟଖା ଓ କଣ୍ଡୋମ୍
Next ArticleSarthak Sarangi Takes Charge as Berhampur SP
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
