ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶେରଗଡ଼, ବେଲଗୁଣ୍ଠାରୁ ପୁରୀ ଯିବ ରଥକାଠ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ରକ୍ତପଟା ଗ୍ରାମ ଓ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ମାଳତୀ ଗ୍ରାମରୁ ପୁରୀର ବିଶ୍ବବିଖ୍ୟାତ ଘୋଷ ଯାତ୍ରା ସକାଶେ ରଥ କାଠ ପଠାଯିବ। ପୁରୀ ଶ୍ରୀମନ୍ଦିରରୁ ଆସିଥିବା ପ୍ରତିନିଧି ଦଳ ପବିତ୍ର ରଥ ନିର୍ମାଣ ସକାଶେ ଉଦ୍ଦିଷ୍ଟ ଫାସୀ ଗଛ ଓ ଉପଯୁକ୍ତ କାଠ ଗଣ୍ଡି ଚିହ୍ନଟ କରାଯାଇଛି। ପୁରୀରୁ ଆସିଥିବା ପ୍ରତିନିଧି ଦଳକୁ ଗ୍ରାମବାସୀ ହର୍ଷ ଉଲ୍ଲାସର ସହ ଘଣ୍ଟ, ମୃଦଙ୍ଗ, ଗିନି ବଜାଇ ସ୍ବାଗତ କରିଥିଲେ। ପ୍ରତିନିଧି ଦଳରେ [...]

Admin•ଅପ୍ରେଲ 10, 2024
Share Article:
ଶେରଗଡ଼, ବେଲଗୁଣ୍ଠାରୁ ପୁରୀ ଯିବ ରଥକାଠ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ରକ୍ତପଟା ଗ୍ରାମ ଓ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ମାଳତୀ ଗ୍ରାମରୁ ପୁରୀର ବିଶ୍ବବିଖ୍ୟାତ ଘୋଷ ଯାତ୍ରା ସକାଶେ ରଥ କାଠ ପଠାଯିବ। ପୁରୀ ଶ୍ରୀମନ୍ଦିରରୁ ଆସିଥିବା ପ୍ରତିନିଧି ଦଳ ପବିତ୍ର ରଥ ନିର୍ମାଣ ସକାଶେ ଉଦ୍ଦିଷ୍ଟ ଫାସୀ ଗଛ ଓ ଉପଯୁକ୍ତ କାଠ ଗଣ୍ଡି ଚିହ୍ନଟ କରାଯାଇଛି।

ପୁରୀରୁ ଆସିଥିବା ପ୍ରତିନିଧି ଦଳକୁ ଗ୍ରାମବାସୀ ହର୍ଷ ଉଲ୍ଲାସର ସହ ଘଣ୍ଟ, ମୃଦଙ୍ଗ, ଗିନି ବଜାଇ ସ୍ବାଗତ କରିଥିଲେ। ପ୍ରତିନିଧି ଦଳରେ ବରିଷ୍ଠ ତତ୍ତ୍ୱାବଧାରକ, ରଥ କାଠ ଅମିନ, ଭୋଇ ସର୍ଦ୍ଦାର ଓ ଅନ୍ୟମାନେ ସାମିଲ ଥିଲେ। ଗାଁ ଲୋକ ସେମାନଙ୍କ ପାଦ ଥୋଇ ଅତିଥି ଅଭ୍ୟର୍ଥନା ଜଣାଇଥିଲେ। ବନବିଭାଗ ଅଧିକାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ପ୍ରତିନିଧି ଦଳ ଗାଁ ପାଖ ଜଙ୍ଗଲରୁ ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଉପଯୁକ୍ତ ଗଛର କାଠ ଗଣ୍ଡି ଚିହ୍ନଟ କରିଥିଲେ। ପରବର୍ତ୍ତୀ ସମୟରେ ଶୁଭ ଦିନ ଦେଖି ଉକ୍ତ ଗଛ କାଟି କାଠ ଗଣ୍ଡି ପୁରୀ ପଠାଯିବାକୁ ସ୍ଥିର ହୋଇଛି।

ସେହିପରି ଉତ୍ତର ଘୁମୁସର ବନଖଣ୍ଡର ଅଧିକାରୀମାନଙ୍କ ତତ୍ତ୍ଵାବଧାନରେ ମାଳତୀ, କେଶରାପଲ୍ଲୀ ଜଙ୍ଗଲରେ ଓ ବୃହତ ଫାସୀ ଗଛର ଗଣ୍ଡିକୁ ଠାବ କରାଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ୧୦ ଗୋଟି ରଥ କାଠର ଅନ୍ୱେଷଣ କରାଯାଇଥିଲା। ଗାଙ୍ଗପୁର ବନାଞ୍ଚଳରୁ ରଥ କାଠ ପ୍ରଭୁଙ୍କ ସେବା ପାଇଁ ଯିବା ଖବର ପ୍ରଚାରିତ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଭକ୍ତିଭାବ, ଖୁସିର ଲହରୀ ଖେଳିଯାଇଛି।

#Odia#Odisha#News
Share Article:

Related Articles