ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

‘ଏହା ଜେମ୍ସ ବଣ୍ଡ ଫିଲ୍ମର ସିକ୍ୱେଲ ନୁହେଁ..’, କେଜ୍ରିୱାଲଙ୍କୁ ହଟାଇବାକୁ ବାରମ୍ବାର ଆବେଦନ ନେଇ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ବାରମ୍ବାର ଆବେଦନ ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅଦାଲତ ଥରେ ଏପରି ଆବେଦନ ଖାରଜ କରିବା ପରେ ଏବଂ ଏହି ମାମଲା କାର୍ଯ୍ୟପାଳିକା ଅଧୀନରେ ରହିଥିବା ବେଳେ ଏନେଇ ବାରମ୍ବାର ପିଟିସନ ଦାୟର କରିବା ଠିକ୍ ନୁହେଁ । ଏହା ଜେମ୍ସ ବଣ୍ଡ ଫିଲ୍ମ ନୁହେଁ ଯେ ଯାହାର ‘ସିକ୍ୱେଲ’ ଚାଲିଥିବ। [...]

Admin•ଅପ୍ରେଲ 10, 2024
Share Article:

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ବାରମ୍ବାର ଆବେଦନ ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅଦାଲତ ଥରେ ଏପରି ଆବେଦନ ଖାରଜ କରିବା ପରେ ଏବଂ ଏହି ମାମଲା କାର୍ଯ୍ୟପାଳିକା ଅଧୀନରେ ରହିଥିବା ବେଳେ ଏନେଇ ବାରମ୍ବାର ପିଟିସନ ଦାୟର କରିବା ଠିକ୍ ନୁହେଁ । ଏହା ଜେମ୍ସ ବଣ୍ଡ ଫିଲ୍ମ ନୁହେଁ ଯେ ଯାହାର ‘ସିକ୍ୱେଲ’ ଚାଲିଥିବ।

ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଆବେଦନ କରିଥିବା ଆପର ପୂର୍ବତନ ବିଧାୟକ ସନ୍ଦୀପ କୁମାରଙ୍କୁ ଭର୍ତ୍ସନା କରିଛନ୍ତି। ସେ କୋର୍ଟଙ୍କୁ ‘ରାଜନୈତିକ ମାମଲା’ରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ଆବେଦନକାରୀଙ୍କୁ ୫୦,୦୦୦ ଟଙ୍କା ଜରିମାନା କରାଯିବ ବୋଲି ଜଷ୍ଟିସ ମନମୋହନ କହିଛନ୍ତି।

କୋର୍ଟ କହିଛନ୍ତି, “ଏହା ଜେମ୍ସ ବଣ୍ଡ ଫିଲ୍ମ ଭଳି ନୁହେଁ ଯେଉଁଠି ଆମେ ଏକ ସିକ୍ୱେଲ କରିବୁ। ଉପରାଜ୍ୟପାଳ ଏହା ଉପରେ ନିଷ୍ପତ୍ତି ନେବେ। ତୁମେ ଆମକୁ ଏକ ରାଜନୈତିକ ଜାଲରେ ଫସାଇବାକୁ ଚେଷ୍ଟା କରୁଛ। ଜାତୀୟ ରାଜଧାନୀରେ ରାଜ୍ୟପାଳ ଶାସନ ଲାଗୁ କରିପାରିବୁ ନାହିଁ ବୋଲି ଅଦାଲତ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୮ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ଆଗତ ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରିଥିଲେ । କୋର୍ଟ କହିଥିଲେ ଯେ ଆବେଦନକାରୀ ଏପରି କୌଣସି ଆଇନଗତ ପ୍ରାବଧାନ ଉଲ୍ଲେଖ କରିବାରେ ବିଫଳ ହୋଇଛନ୍ତି ଯାହା ଅନୁସାରେ ଗିରଫ ମୁଖ୍ୟମନ୍ତ୍ରୀ ଏହି ପଦରେ ରହିପାରିବେ ନାହିଁ। ଅଦାଲତ କହିଥିଲେ ଯେ ଏଭଳି ମାମଲାରେ ନ୍ୟାୟିକ ହସ୍ତକ୍ଷେପ କରିବାର କୌଣସି ଅବକାଶ ନାହିଁ।

#Odia#Odisha#News
Share Article:

Related Articles