ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସିଭିଲ ସର୍ଭିସ ପରୀକ୍ଷା ଫଳ: ଦ୍ୱିତୀୟ ରାଙ୍କରେ ଓଡ଼ିଶାର ଅନିମେଶ ପ୍ରଧାନ, ଶ୍ରେଷ୍ଠ ୧୦୦ରେ ୫ ଓଡିଆ

ଭୁବନେଶ୍ୱର – ଆଜି ପ୍ରକାଶ ପାଇଥିବା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ। ସେ ଅନୁଗୁଳ ଜିଲା ତାଳଚେର ଭାଲୁଗଡିଆ ଗାଁର ବାସିନ୍ଦା ।ଅନିମେଶ ୨୦୨୧ରେ କମ୍ପ୍ୟୁଟର ସାଇନ୍ସରେ ଏନଆଇଟି ରାଉରକେଲାରେ ପାଠ ପଢୁଥିଲେ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ମିଳିବାରେ ଲାଗିଛି । ଶ୍ରେଷ୍ଠ [...]

Admin•ଅପ୍ରେଲ 16, 2024
Share Article:
ସିଭିଲ ସର୍ଭିସ ପରୀକ୍ଷା ଫଳ: ଦ୍ୱିତୀୟ ରାଙ୍କରେ ଓଡ଼ିଶାର ଅନିମେଶ ପ୍ରଧାନ, ଶ୍ରେଷ୍ଠ ୧୦୦ରେ ୫ ଓଡିଆ

ଭୁବନେଶ୍ୱର – ଆଜି ପ୍ରକାଶ ପାଇଥିବା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ। ସେ ଅନୁଗୁଳ ଜିଲା ତାଳଚେର ଭାଲୁଗଡିଆ ଗାଁର ବାସିନ୍ଦା ।ଅନିମେଶ ୨୦୨୧ରେ କମ୍ପ୍ୟୁଟର ସାଇନ୍ସରେ ଏନଆଇଟି ରାଉରକେଲାରେ ପାଠ ପଢୁଥିଲେ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ମିଳିବାରେ ଲାଗିଛି ।

ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ଅନ୍ୟ ପରିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଜ୍ଞାନନ୍ଦନ ଗିରି ୨୪ତମ ସ୍ଥାନରେ ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ ଓ ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ ଅଛନ୍ତି ।

#Odia#Odisha#News
Share Article:

Related Articles