ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗଞ୍ଜାମ: ସେଣ୍ଟ୍ରିଂ ଖୋଲିବା ବେଳେ ଛାତ ଧସି ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ଘରର ଛାତ ସେଣ୍ଟ୍ରିଂ ଧସି ପଡିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତକ ହେଲେ ସୋରଳ ଗ୍ରାମର ୫୫ ବର୍ଷୀୟ ଦେବରାଜ ଜାନି। ଏହି ଘଟଣାରେ ଆହତ ଶ୍ରମିକମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋରଳ ଗ୍ରାମ କାଶୀନଗରରେ ଜଣେ [...]

Admin•ଅପ୍ରେଲ 16, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ଘରର ଛାତ ସେଣ୍ଟ୍ରିଂ ଧସି ପଡିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତକ ହେଲେ ସୋରଳ ଗ୍ରାମର ୫୫ ବର୍ଷୀୟ ଦେବରାଜ ଜାନି। ଏହି ଘଟଣାରେ ଆହତ ଶ୍ରମିକମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୋରଳ ଗ୍ରାମ କାଶୀନଗରରେ ଜଣେ ବ୍ୟକ୍ତିଙ୍କ ଘର କାମ ଚାଲିଛି। ଗତ ସପ୍ତାହରେ ଛାତ ପଡ଼ିଥିଲା। ଉକ୍ତ ଛାତ ସେଣ୍ଟ୍ରିଂ ଖୋଲିବା ନିମନ୍ତେ ମଙ୍ଗଳବାର ୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ଶ୍ରମିକମାନେ କାମ ଆରମ୍ଭ କରୁଥିବା ବେଳେ ହଠାତ୍ ସମ୍ପୂର୍ଣ୍ଣ ଛାତଟି ଧସି ଯାଇଥିଲା। ଫଳରେ ଦେବରାଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କଇଠ ଗ୍ରାମର ଭରତ ବେହେରା, ସୁକାନ୍ତ ବେହେରା, କମଳକାନ୍ତ ବେହେରା ଓ ସୋରଳ ଗ୍ରାମର ନରସିଂହ ବେହେରା ଆହତ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

#Odia#Odisha#News
Share Article:

Related Articles