ମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ
ବଲାଙ୍ଗିର : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମଇ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥକୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ କରାଉଛି । ଏହି ପରିପେକ୍ଷୀରେ ମାଟିର ପାତ୍ରରେ ନିଶ୍ଚିତ ଭୋଟ ଦେବାସହ ୨୦ ମଇ ମତଦାନ କେନ୍ଦ୍ରକୁ [...]
ବଲାଙ୍ଗିର : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମଇ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥକୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ କରାଉଛି ।
ଏହି ପରିପେକ୍ଷୀରେ ମାଟିର ପାତ୍ରରେ ନିଶ୍ଚିତ ଭୋଟ ଦେବାସହ ୨୦ ମଇ ମତଦାନ କେନ୍ଦ୍ରକୁ ଆସିବାକୁ କୁହାଯାଉଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ନିର୍ଦେଶାନୁକ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମ ଦ୍ଵାରା ନିର୍ବାଚନରେ ସମସ୍ତ ମତଦାତା ସାମିଲ ହୋଇ ଅବାଧ , ନିରପେକ୍ଷ , ସ୍ଵଛ ଭାବେ ମତଦାନ କରିବାକୁ ପ୍ରଶାସନର ପ୍ରଶାସନର ଲକ୍ଷ ରହିଥିବା ବେଳେ ନିଜର ମୂଲ୍ୟବାନ ଭୋଟ ଦେବାକୁ ଆସିବାକୁ ଗୁହାରି କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଓର୍ମାସ ସିଏଇଓ କମଳେନ୍ଦୁ ପାଲ , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ଵିବେଦୀ ଓ ଜିଲ୍ଲାପରିଷଦ ଅଫିସର କର୍ମଚାରୀ ପ୍ରମୁଖ ଉପସ୍ଥିତତ ଥିଲେ ।
ମା’ ତାରାତାରିଣୀଙ୍କ ଅଶୋକାଷ୍ଟମୀ ପୂଜା, ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ପୂଜା
Next Articleଅସହ୍ୟ ତାତି: ୧୮ ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ଅଧିକ, ବାରିପଦା ରାଜ୍ୟର ଉତ୍ତପ୍ତ ସହର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
