ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୁଣେ ସ୍ଥିତ ଏକ ବଙ୍ଗଳା ଏବଂ ସେୟାର ସହ ୯୮ କୋଟିର ସମ୍ପତ୍ତି ଜବତ କରିଛି। ଏହି ମାମଲା ବିଟକଏନ୍ ବ୍ୟବହାର ଦ୍ବାରା ନିବେଶକ ପାଣ୍ଠିରେ ଠକେଇ ସହ ଜଡିତ । ଇଡି ଏକ ବିବୃତ୍ତିରେ କହିଛି, ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ଶିଳ୍ପାଙ୍କ ନାମରେ ଜୁହୁ (ମୁମ୍ବାଇ)ରେ ଥିବା ଏକ ଆବାସିକ ଫ୍ଲାଟ [...]

Admin•ଅପ୍ରେଲ 18, 2024
Share Article:

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୁଣେ ସ୍ଥିତ ଏକ ବଙ୍ଗଳା ଏବଂ ସେୟାର ସହ ୯୮ କୋଟିର ସମ୍ପତ୍ତି ଜବତ କରିଛି। ଏହି ମାମଲା ବିଟକଏନ୍ ବ୍ୟବହାର ଦ୍ବାରା ନିବେଶକ ପାଣ୍ଠିରେ ଠକେଇ ସହ ଜଡିତ ।

ଇଡି ଏକ ବିବୃତ୍ତିରେ କହିଛି, ବାଜ୍ୟାପ୍ତ ହୋଇଥିବା
ସମ୍ପତ୍ତି ମଧ୍ୟରେ ଶିଳ୍ପାଙ୍କ ନାମରେ ଜୁହୁ (ମୁମ୍ବାଇ)ରେ ଥିବା ଏକ ଆବାସିକ ଫ୍ଲାଟ ଏବଂ କୁନ୍ଦ୍ରାଙ୍କ ନାମରେ ପୁଣେରେ ଏକ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରହିଛି।

ଏଥିରେ କୁହାଯାଇଛି, ୯୭.୭୯ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିବା ପାଇଁ ମନି ଲଣ୍ଡରିଂ (ପିଏମ୍ଏଲ୍ଏ) ଆଇନର ପ୍ରାବଧାନ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଏହି ମନି ଲଣ୍ଡରିଂ ମାମଲା ଭେରିଏବଲ୍ ଟେକ୍ ପ୍ରାଇଭେଟ ଲିମିଟେଡ୍, ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନେକ ଏଜେଣ୍ଟଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ବାରା ରୁଜୁ କରିଥିବା ଏତଲା ସହ ସମ୍ପୃକ୍ତ ।

ଏତଲାରେ ଅଭିଯୋଗ ହୋଇଛି ଯେ ଏହି ଲୋକମାନେ ବିଟକଏନରେ ମାସକୁ ୧୦ ପ୍ରତିଶତ ରିଟର୍ଣ୍ଣର ମିଥ୍ୟା ପ୍ରତିଶ୍ରୁତି ଦେଇ ନିରୀହ ଜନସାଧାରଣଙ୍କ ଠାରୁ ବିଟକଏନ୍ ଆକାରରେ (୨୦୧୭ରେ ୬,୬୦୦ କୋଟି ଟଙ୍କା) ବିପୁଳ ପରିମାଣର ଟଙ୍କା ନେଇଥିଲେ।

ଇଡି ଅଭିଯୋଗ ମୁତାବକ ଏହି ପ୍ରମୋଟରମାନେ ନିବେଶକ ମାନଙ୍କୁ ଠକିଥିଲେ। ରାଜ କୁନ୍ଦ୍ରା ୟୁକ୍ରେନରେ ବିଟକଏନ୍ ଖଣି ଫାର୍ମ କରିବା ପାଇଁ ମାଷ୍ଟରମାଇଣ୍ଡ ତଥା ଗେନ ବିଟକଏନ୍ ପୋଞ୍ଜିର ପ୍ରମୋଟର ଅମିତ ଭରଦ୍ୱାଜଙ୍କ ଠାରୁ ୨୮୫ ବିଟକଏନ୍ ନେଇଥିଲେ।

ଇଡି କହିଛି, କୁନ୍ଦ୍ରାଙ୍କ ପାଖରେ ଏବେ ବି ୨୮୫ ବିଟକଏନ୍ ଅଛି, ଯାହାର ମୂଲ୍ୟ ବର୍ତ୍ତମାନ ୧୫୦ କୋଟିରୁ ଅଧିକ ହେବ।

#Odia#Odisha#News
Share Article:

Related Articles