ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟରେ ୪୫ ଡିଗ୍ରୀ ଡେଇଁଲା ତାତି, ବୋୖଦ୍ଧ ଓ ବାରିପଦା ଉତ୍ତପ୍ତ ସହର

ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଠିକ୍ ସାବ୍ୟସ୍ତ ହୋଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ତାତି । ବୋୖଦ୍ଧ ଓ ବାରିପଦା ସହରରେ ତାତି ୪୫ ଡିଗ୍ରୀ ସେଲସିୟସ ଡେଇଁଛି । ଉଭୟ ସହରରେ ଆଜି ସର୍ବାଧିକ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି। ଗତକାଲି ଉଭୟ ସହରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ଏପରିକି ବୋୖଦ୍ଧ ଥିଲା [...]

Admin•ଅପ୍ରେଲ 20, 2024
Share Article:

ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଠିକ୍ ସାବ୍ୟସ୍ତ ହୋଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ତାତି । ବୋୖଦ୍ଧ ଓ ବାରିପଦା ସହରରେ ତାତି ୪୫ ଡିଗ୍ରୀ ସେଲସିୟସ ଡେଇଁଛି । ଉଭୟ ସହରରେ ଆଜି ସର୍ବାଧିକ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି।

ଗତକାଲି ଉଭୟ ସହରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ଏପରିକି ବୋୖଦ୍ଧ ଥିଲା ଦେଶର ଉତ୍ତପ୍ତ ସହର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆହୁରି ୨୪ ଘଣ୍ଟା ରହିବ ଗ୍ରୀଷ୍ମ ପ୍ରବାହ। ଏହାପରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇବ ।

#Odia#Odisha#News
Share Article:

Related Articles