ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ତିନି ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର – ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ବିଧାନସଭା ଓ ତିନି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଘୋଷିତ ତାଲିକା ଅନୁସାରେ ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ। କେନ୍ଦୁଝର ଆସନରୁ ଲଢ଼ିବେ ବିନୋଦ ବିହାରୀ ନାୟକ । ଆସ୍କା ଲୋକସଭା ଆସନରୁ ଦେବକାନ୍ତ ଶର୍ମା ଲଢ଼ିବେ । ଝାରସୁଗୁଡା ବିଧାନସଭା ଆସନରୁ ଦଳ [...]

Admin•ଅପ୍ରେଲ 20, 2024
Share Article:

ଭୁବନେଶ୍ୱର – ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ବିଧାନସଭା ଓ ତିନି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ଘୋଷିତ ତାଲିକା ଅନୁସାରେ ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ। କେନ୍ଦୁଝର ଆସନରୁ ଲଢ଼ିବେ ବିନୋଦ ବିହାରୀ ନାୟକ । ଆସ୍କା ଲୋକସଭା ଆସନରୁ ଦେବକାନ୍ତ ଶର୍ମା ଲଢ଼ିବେ ।

ଝାରସୁଗୁଡା ବିଧାନସଭା ଆସନରୁ ଦଳ ଅମିତ ବିଶ୍ବାଳଙ୍କୁ ଟିକେଟ ଦେଇଛି । କ୍ଷୀରୋଦ ଚନ୍ଦ୍ର ପାତ୍ର ବଡ଼ସାହିରୁ ଲଢ଼ିବେ । ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ,ଚିଲିକାରୁ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ, ଗୋପାଳପୁରରରୁ ଶ୍ୟାମ ସୁନ୍ଦର ସାହୁ ।

#Odia#Odisha#News
Share Article:

Related Articles