ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବ୍ରହ୍ମପୁରରେ ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ ରବିବାର ବ୍ରହ୍ମପୁରରେ ୪ଟି ରାଜସ୍ବ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା (ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା), ଗଜପତି, ମାଓପ୍ରବଣ କନ୍ଧମାଳ ଏବଂ ବୈ।ଦ୍ଧ ଜିଲ୍ଲାରେ ପୋଲିସ ବାହିନୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ମୁକ୍ତ ଓ ଅବାଧ ଭାବେ ସମ୍ପନ୍ନ କରିବା ନେଇ କିଭଳି ପ୍ରସ୍ତୁତି କରିଛି ତାହା ତଦାରଖ କରିଛନ୍ତି। ଅସାମାଜିକ ତତ୍ତ୍ବକୁ ଦମନ, ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା, [...]

Admin•ଅପ୍ରେଲ 21, 2024
Share Article:
ବ୍ରହ୍ମପୁରରେ ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ ରବିବାର ବ୍ରହ୍ମପୁରରେ ୪ଟି ରାଜସ୍ବ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା (ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା), ଗଜପତି, ମାଓପ୍ରବଣ କନ୍ଧମାଳ ଏବଂ ବୈ।ଦ୍ଧ ଜିଲ୍ଲାରେ ପୋଲିସ ବାହିନୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ମୁକ୍ତ ଓ ଅବାଧ ଭାବେ ସମ୍ପନ୍ନ କରିବା ନେଇ କିଭଳି ପ୍ରସ୍ତୁତି କରିଛି ତାହା ତଦାରଖ କରିଛନ୍ତି।

ଅସାମାଜିକ ତତ୍ତ୍ବକୁ ଦମନ, ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା, କନ୍ଧମାଳ ସମେତ ଅନ୍ୟ ଜିଲ୍ଲାମାନଙ୍କରେ ସମ୍ଭାବ୍ୟ ମାଓ ହିଂସା ରୋକିବା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ପୋଲିସ ତଥା ସଶସ୍ତ୍ର ବାହିନୀ ମୁତୟନ ଏବଂ କେନ୍ଦ୍ରୀୟ ବାହିନୀର ଉପଯୁକ୍ତ ପରିଚାଳନା, ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ପୋଲିସ ସହ ବ୍ରହ୍ମପୁର ଓ ଗଜପତି ପୋଲିସ ଜିଲ୍ଲାର ସମନ୍ବୟ ରକ୍ଷା, ଦୁଇ ରାଜ୍ୟ ସମେତ ଉପରୋକ୍ତ ଜିଲ୍ଲାଗୁଡିକର ସୀମାନ୍ତରେ ସଜାଗ ରହିବା, ଭୋଟଗ୍ରହଣ ଦିନ ଅଧିକ ସୁରକ୍ଷା ବ୍ୟବସ୍ଥା, ଇଭିଏମ୍ ରଖାଯିବା ସ୍ଥାନ ସମେତ ଭୋଟ ଗଣତି କେନ୍ଦ୍ରରେ କଡାକଡି ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବ୍ରହ୍ମପୁର ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜ, ବ୍ରହ୍ମପୁର ଦାୟିତ୍ଵରେ ଥିବା ଡିଆଇଜି ଏମ୍.ଏସ୍.ଷଡଙ୍ଗୀ, ୫ ପୋଲିସ ଜିଲ୍ଲାର ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles