ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗ୍ରୀଷ୍ମ ପ୍ରବାହ ଖବର ପଢ଼ିବା ବେଳେ ବେହୋସ୍ ହେଲେ ଦୂରଦର୍ଶନ ଆଙ୍କର

କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି ଘଟଣା ଘଟିଛି ଦୂରଦର୍ଶନର କୋଲକାତା ଶାଖାରେ । ଅସହ୍ୟ ଗରମ ଯୋଗୁଁ ନ୍ୟୁଜ ଆଙ୍କର ଲୋପାମୁଦ୍ରା ସିହ୍ନା ପାଣିପାଗ ଖବର ପଢ଼ିବା ବେଳେ ମୂର୍ଚ୍ଛା ହୋଇଯାଇଥିଲେ । ଏହି ଘଟଣା ପରେ ପ୍ରସାରଣ ତୁରନ୍ତ [...]

Admin•ଅପ୍ରେଲ 21, 2024
Share Article:

କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି ଘଟଣା ଘଟିଛି ଦୂରଦର୍ଶନର କୋଲକାତା ଶାଖାରେ । ଅସହ୍ୟ ଗରମ ଯୋଗୁଁ ନ୍ୟୁଜ ଆଙ୍କର ଲୋପାମୁଦ୍ରା ସିହ୍ନା ପାଣିପାଗ ଖବର ପଢ଼ିବା ବେଳେ ମୂର୍ଚ୍ଛା ହୋଇଯାଇଥିଲେ । ଏହି ଘଟଣା ପରେ ପ୍ରସାରଣ ତୁରନ୍ତ ବନ୍ଦ କରାଯାଇଥିଲା ।

ଲୋପାମୁଦ୍ରା ଶୁକ୍ରବାର ଟିଭି ଷ୍ଟୁଡିଓରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଖବର ପଢ଼ୁଥିଲେ। ଏତିକିବେଳେ ସେ ହଠାତ୍ ଅଣନିଃଶ୍ବାସୀ ମନେ କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା।

ଲୋପାମୁଦ୍ରା ଫେସବୁକ୍ ଲାଇଭରେ କହିଛନ୍ତିି, ତାଙ୍କ ପାଟି ଧିରେ ଧିରେ ବନ୍ଦ ହେବାକୁ ଲାଗିଥିଲା। ତାଙ୍କୁ ଟେଲି ପ୍ରମ୍ଫଟର ମଧ୍ୟ ଦିଶିନଥିଲା। ଏହାପରେ ସେ ବେହୋସ୍ ହୋଇଯାଇଥିଲେ । ସେ ଖବର ପଢ଼ିବା ବେଳେ ପାଖରେ ପାଣି ଏବଂ ଓଆରଏସ୍ ରଖୁନଥିଲେ । ତେଣୁ ତାଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ତାପମାତ୍ରା ସ୍ୱାଭାବିକଠାରୁ ତିନି ରୁ ପାଞ୍ଚ ଡିଗ୍ରୀ ଅଧିକ ରହୁଛି। ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା, ପୂର୍ବ ଏବଂ ପଶ୍ଚିମ ବର୍ଦ୍ଧମାନ, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ପୁରୁଲିଆ, ଝାରଗ୍ରାମ, ବୀରଭୂମ୍, ମୁର୍ସିଦାବାଦ ଏବଂ ବାଙ୍କୁରା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

#Odia#Odisha#News
Share Article:

Related Articles