ରୋମାଞ୍ଚକ ମ୍ୟାଚରେ ଆରସିବିକୁ ୧ ରନରେ ହରାଇଲା କେକେଆର୍
କୋଲକାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଆଇପିଏଲର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଦେଇଛି । ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କେକେଆର୍ ପ୍ରଦତ୍ତ ୨୨୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବିକୁ ଜିତିବା ପାଇଁ ଶେଷ ଓଭରରେ ୨୧ ରନ୍ ଦରକାର ହେଉଥିଲା। ମିଚେଲ ଷ୍ଟାର୍କଙ୍କ ଏହି ଓଭରରେ ଆରସିବି ବ୍ୟାଟର [...]
କୋଲକାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଆଇପିଏଲର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଦେଇଛି । ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।
କେକେଆର୍ ପ୍ରଦତ୍ତ ୨୨୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବିକୁ ଜିତିବା ପାଇଁ ଶେଷ ଓଭରରେ ୨୧ ରନ୍ ଦରକାର ହେଉଥିଲା। ମିଚେଲ ଷ୍ଟାର୍କଙ୍କ ଏହି ଓଭରରେ ଆରସିବି ବ୍ୟାଟର କର୍ଣ୍ଣ ଶର୍ମା ୪ଟି ବଲରେ ୩ଟି ଛକା ମାରି ମ୍ୟାଚକୁ ରୋମାଞ୍ଚକ କରିଦେଇଥିଲେ। କିନ୍ତୁ ସେ ଓଭରର ପଞ୍ଚମ ବଲରେ ଆଉଟ୍ ହୋଇଯାଇଥିଲେ। ଫଳରେ ଆରସିବିକୁ ଶେଷ ବଲରେ ଆଉ ୩ ରନ୍ ଆବଶ୍ୟକ ହୋଇଥିଲା । ଲକି ଫର୍ଗୁସନ୍ କଭର ଆଡକୁ ଏକ ସଟ୍ ଖେଳି ୨ ରନ୍ ପାଇଁ ଦୌଡ଼ିଥିଲେ । ସେ ଗୋଟିଏ ରନ୍ ପୂରଣ କରିଥିଲେ, କିନ୍ତୁ ଦ୍ୱିତୀୟ ରନ୍ ନେବା ଉଦ୍ୟମରେ ରନ୍ ଆଉଟ୍ ହୋଇଥିଲେ। ଆରସିବି ମାତ୍ର ୧ ରନରେ ମ୍ୟାଚ୍ ହାରିଯାଇଥିଲା ।
୨୨୨ ରନର ବିଜୟ ଲକ୍ଷ୍ୟ ଜବାବରେ ଆରସିବି ୨୦ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୨୧ ରନ୍ କରିଥିଲା। ଦଳ ପକ୍ଷରୁ ଓ୍ବିଲ ଜ୍ୟାକ୍ସ ୫୫ ଓ ରଜତ ପାଟିଦାର ୫୨ ରନ୍ କରିଥିଲେ। ବିରାଟ କୋହଲି ୧୮ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ୭ ରନ୍ କରିଥିଲେ । କେକେଆର୍ ତରଫରୁ ଅଣ୍ଡ୍ରେ ରସେଲ୍ ୩ଟି ଓ୍ବିକେଟ୍ ନେଇଥିଲେ। ସୁନିଲ ନାରାଇନ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।
ପୂର୍ବରୁ ବେଙ୍ଗାଲୁରୁ ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୯ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। କେକେଆର୍ ତରଫରୁ କ୍ୟାପଟେନ୍ ଶ୍ରେୟସ ଆୟର ୫୦, ଫିଲ୍ ସଲ୍ଟ ୪୮, ରସେଲ ୨୭* ରନ୍ କରିଥିଲେ। ଆରସିବି ପକ୍ଷରୁ ଗ୍ରୀନ୍ ଓ ୟଶ୍ ଦୟାଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
IAS Officer Trainees Visit Planning & Convergence Department
Next ArticleOdisha Elections 2024: BJP Announces Candidate for Jeypore Assembly Seat
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
