ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

‘ଯୋଡ଼ି ଶଙ୍ଖ’ ଚୟନ ପାଇଁ ଭୋଟରଙ୍କୁ ନବୀନଙ୍କ ନିବେଦନ

ଭୁବନେଶ୍ବର – ଭୋଟରଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଏଥର ନିର୍ବାଚନରେ ‘ଯୋଡ଼ି ଶଙ୍ଖ’ ବାଛିବାକୁ ଭୋଟରଙ୍କୁ ନବୀନଙ୍କ ନିବେଦନ। ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯୋଡ଼ି ଶଙ୍ଖ ଅର୍ଥାତ ବିଜେଡିର ଉଭୟ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆସନ୍ତାକାଲି ହିଞ୍ଜିଳିରୁ ନବୀନ ପଟ୍ଟନାୟକ ବିଜେଡି ପାଊ ପ୍ରଚାର ଆରମ୍ଭ କରିବେ। ବିଜେଡି ନେତା [...]

Admin•ଅପ୍ରେଲ 23, 2024
Share Article:

ଭୁବନେଶ୍ବର – ଭୋଟରଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଏଥର ନିର୍ବାଚନରେ ‘ଯୋଡ଼ି ଶଙ୍ଖ’ ବାଛିବାକୁ ଭୋଟରଙ୍କୁ ନବୀନଙ୍କ ନିବେଦନ। ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯୋଡ଼ି ଶଙ୍ଖ ଅର୍ଥାତ ବିଜେଡିର ଉଭୟ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆସନ୍ତାକାଲି ହିଞ୍ଜିଳିରୁ ନବୀନ ପଟ୍ଟନାୟକ ବିଜେଡି ପାଊ ପ୍ରଚାର ଆରମ୍ଭ କରିବେ।

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ମଧ୍ୟ ଏହିଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଛି। ଏଥିରେ ନବୀନ ୨୪ ତାରିଖରେ ହିଞ୍ଜିଳି ଯିବେ ବୋଲି ପାଣ୍ଡିଆନ ସୂଚନା ଦେଉଛନ୍ତି। ଏହା ସହ ଯୋଡ଼ି ଶଙ୍ଖରେ ମଧ୍ୟ ଭୋଟ୍‌ ଦେବାକୁ ନିବେଦନ କରୁଛନ୍ତି।

#Odia#Odisha#News
Share Article:

Related Articles