ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମାଲକାନଗିରି ଚାଲାନଗୁଡାରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ

ମାଲକାନଗିରି – ନିର୍ବାଚନ ଋତୁରେ ଯାଞ୍ଚ ବେଳେ ଜବତ ହେଉଛି ପୁଳା ପୁଳା ନଗଦ ଟଙ୍କା। ଓଡ଼ିଶାରେ ଆଗରୁ ଦୁଇ ତିନିଟି ସ୍ଥାନରେ ଯାଞ୍ଚ ବେଳେ ନଗଦ ଟଙ୍କା ଜବତ କରିଛି ପୋଲିସ । ଏବେ ପୁଣି ଥରେ ଜବତ ହୋଇଛି ନଗଦ ଟଙ୍କା। ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରିର ଚାଲାନଗୁଡ଼ାରୁ ୩୦ ଲକ୍ଷ ଟଙ୍କା ଯାଞ୍ଚ ବେଳେ ଜବତ ହୋଇଛି। ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏତେ ପରିମାଣର ଟଙ୍କା [...]

Admin•ଅପ୍ରେଲ 24, 2024
Share Article:

ମାଲକାନଗିରି – ନିର୍ବାଚନ ଋତୁରେ ଯାଞ୍ଚ ବେଳେ ଜବତ ହେଉଛି ପୁଳା ପୁଳା ନଗଦ ଟଙ୍କା। ଓଡ଼ିଶାରେ ଆଗରୁ ଦୁଇ ତିନିଟି ସ୍ଥାନରେ ଯାଞ୍ଚ ବେଳେ ନଗଦ ଟଙ୍କା ଜବତ କରିଛି ପୋଲିସ । ଏବେ ପୁଣି ଥରେ ଜବତ ହୋଇଛି ନଗଦ ଟଙ୍କା। ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରିର ଚାଲାନଗୁଡ଼ାରୁ ୩୦ ଲକ୍ଷ ଟଙ୍କା ଯାଞ୍ଚ ବେଳେ ଜବତ ହୋଇଛି। ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହୋଇଛି। ଛତିଶଗଡ଼ ତରଫରୁ ଆସୁଥିବା ଏକ କାରକୁ ପୋଲିସ୍ ଯାଞ୍ଚ କରିଥିଲା ବେଳେ ଟଙ୍କା ମିଳିଥିଲା । ଏ ନେଇ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

#Odia#Odisha#News
Share Article:

Related Articles