ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ ପୁଣି ତାତି ପ୍ରକୋପ : ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର -ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠୁ ୨୭ ତାରିଖ ଯାଏଁ ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଣେ ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ସହ [...]

Admin•ଅପ୍ରେଲ 24, 2024
Share Article:

ଭୁବନେଶ୍ୱର -ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠୁ ୨୭ ତାରିଖ ଯାଏଁ ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏଣେ ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ, ଜଗତସିଂହପୁର ୩୪ଡିଗ୍ରୀ, ଚାନ୍ଦବାଲି ୩୩.୮ ଡିଗ୍ରୀ, ଭଦ୍ରକରେ ତାପମାତ୍ରା ୩୩.୭ଡିଗ୍ରୀ ରହିଛି।

#Odia#Odisha#News
Share Article:

Related Articles