ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ
25/04/24 ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ। ବିଭିନ୍ନ କାରଣରୁ ଚୈତ୍ର ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ର ସାତ ସାହି ଚଳଚଞ୍ଚଳ ହୋଇଉଠେ। ୟା ମଧ୍ୟରୁ ଶ୍ରୀ ଶ୍ରୀ ଭୀମେଶ୍ୱର ବିଜେ ଅନ୍ୟତମ କାରଣ । ବ୍ରହ୍ମଗିରି ଅଞ୍ଚଳର ପଞ୍ଚୁପାଣ୍ଡବ ଙ୍କ ମଧ୍ୟରୁ ଦ୍ୱିତୀୟ ପାଣ୍ଡବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଲିଙ୍ଗ ହେଲେ ବାବା ଭୀମେଶ୍ୱର। ଏହାଙ୍କ ମହିମା ମଧ୍ୟ ଘରେ ଘରେ ପରିଚିତ। ସନ୍ତାନ ପ୍ରାପ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପର୍ଯ୍ୟନ୍ତ ଯେ [...]
25/04/24
ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ।
ବିଭିନ୍ନ କାରଣରୁ ଚୈତ୍ର ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ର ସାତ ସାହି ଚଳଚଞ୍ଚଳ ହୋଇଉଠେ। ୟା ମଧ୍ୟରୁ ଶ୍ରୀ ଶ୍ରୀ ଭୀମେଶ୍ୱର ବିଜେ ଅନ୍ୟତମ କାରଣ । ବ୍ରହ୍ମଗିରି ଅଞ୍ଚଳର ପଞ୍ଚୁପାଣ୍ଡବ ଙ୍କ ମଧ୍ୟରୁ ଦ୍ୱିତୀୟ ପାଣ୍ଡବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଲିଙ୍ଗ ହେଲେ ବାବା ଭୀମେଶ୍ୱର। ଏହାଙ୍କ ମହିମା ମଧ୍ୟ ଘରେ ଘରେ ପରିଚିତ। ସନ୍ତାନ ପ୍ରାପ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପର୍ଯ୍ୟନ୍ତ ଯେ କୌଣସି କଷ୍ଟ ହେଲେ ପୁରୀ ର ଲୋକମାନେ ପହଞ୍ଚିଯାଆନ୍ତି ବାବା ଭୀମେଶ୍ୱର ଙ୍କ ପାଖରେ ଶରଣାପନ୍ନ ହେବାକୁ। ଖାଲି ସେତିକି ନୁହେଁ ବର୍ଷ କୁ ଥରେ ବାବା ଭୀମେଶ୍ୱର ମଧ୍ୟ ଶ୍ରୀକ୍ଷେତ୍ର ଆସି ଭକ୍ତ ଙ୍କ ଘରେ ପନ୍ତି ଖାଆନ୍ତି।
କଥାରେ ଅଛି “ଭୀମେଶ୍ୱର ବାହାରିଲେ ବର୍ଷେ”। ଅର୍ଥାତ୍ ଭୀମେଶ୍ୱର ତାଙ୍କ ମନ୍ଦିରରୁ ପୁରୀ ବାହାରିଲେ ତାଙ୍କର ଏତେ ସ୍ଥାନରେ ପନ୍ତି ଥାଏ ଯେ ସବୁ ସାରି ତାଙ୍କ ମନ୍ଦିରକୁ ବାହୁଡିଲା ବେଳକୁ ବହୁତ ଦିନ ଲାଗିଯାଏ। ପୁରୀରେ ଭୀମସେନ ନାଁ ଥିବା ପ୍ରାୟ ବ୍ୟକ୍ତି ଭୀମେଶ୍ୱର ଙ୍କ କରୁଣାରୁ ଜନ୍ମ ହୋଇଥିବେ।
ଯେଉଁ ଯେଉଁ ବ୍ୟକ୍ତି ମାନେ ଭୀମେଶ୍ୱର ଙ୍କ କରୁଣା ଲାଭ କରିଛନ୍ତି ସେମାନେ ପ୍ରାୟତଃ ତାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି ଓ ଭୀମେଶ୍ୱର ଶ୍ରୀକ୍ଷେତ୍ର ଆସିଲେ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ପନ୍ତି କରିଥାନ୍ତି। ଏହା ସହ ସମ୍ପତ୍ତି କ୍ଷୟକ୍ଷତି ଓ ରୋଗ ହେଲେ ମଧ୍ୟ ଭୀମେଶ୍ୱର ଙ୍କ ଠାରେ ଲୋକମାନେ ଶରଣ ପଶନ୍ତି।
ଦୂରରୁ ବିମାନରେ ଆସୁଥିବା ଭୀମେଶ୍ୱରଙ୍କ ସହ ତାଙ୍କ ବିମାନ ବାହକ ଓ ପୂଜାରୀ ଙ୍କୁ ମଧ୍ୟ ଲୋକମାନେ ଖୁବ୍ ଆଗ୍ରହର ସହ ଆତିଥ୍ୟ ପ୍ରଦାନ କରିଥାନ୍ତି। ଆଗରୁ ଆଲୋକ ର ବ୍ୟବସ୍ଥା ନ ଥିବାରୁ କୌଣସି ଘରେ ସନ୍ଧ୍ୟା ହେଲେ ଭୀମେଶ୍ୱର ସେଇଠାରେ ହିଁ ରାତ୍ରୀଯାପନ କରନ୍ତି। ଆଉ ଯେଉଁ ଘରେ ଭୀମେଶ୍ୱର ରୁହନ୍ତି, ତାହା ଆପେ ଆପେ ମନ୍ଦିର ପାଲଟି ଯାଏ। ବିଭିନ୍ନ ପ୍ରକାରର ଭୋଗ ସହ ଧୂପ ବଢେ। ତାଙ୍କ ପଟୁଆରରେ ଥିବା ସମସ୍ତଙ୍କୁ ସମାନ ଅତିଥି ଚର୍ଚା ହୁଏ। ଖାଇବା ଠାରୁ ଆରମ୍ଭ କରି ବସ୍ତ୍ର ଓ ଆରାମ କରିବାକୁ କୋଠରୀ ଦିଆହୁଏ। ତେଣୁ ସ୍ଥାନୀୟ ଲୋକ କୁହନ୍ତି, ଭୀମେଶ୍ୱର ଙ୍କୁ ଜ୍ବାଇଁ ଚର୍ଚ୍ଚା ହୁଏ। ଶ୍ଵଶୁର ଘରେ ଦିନେ ଜ୍ବାଇଁ ରହିଲେ ଯେମିତି ଚର୍ଚ୍ଚା କରାଯାଏ, ଭୀମେଶ୍ୱର ଙ୍କୁ ମଧ୍ୟ ସେମିତି ଆପ୍ୟାୟିତ କରାଯାଏ।
ପନ୍ତି ଥିବା ଘରେ ଧୂଆ ପୋଛା ହୋଇ ଆମ୍ବଡ଼ାଳ ଲଗାଇ ଅପେକ୍ଷା କରନ୍ତି ଭୀମେଶ୍ୱର ଙ୍କ ବାଟକୁ। ଏ ପ୍ରଥା ଅଳ୍ପ କିଛି ବର୍ଷର ନୁହେଁ, ଅତି କମରେ ୩୦୦/୪୦୦ ବର୍ଷ ପୁରୁଣା ଏ ପ୍ରଥା। ଚନ୍ଦନ ହଜୁରୀ ଙ୍କ ଘରେ ଭୀମେଶ୍ୱର ଙ୍କର ସ୍ଵତନ୍ତ୍ର ପନ୍ତି ହୁଏ। ଗୋଟିଏ ଦିନ ତାଙ୍କ ଘରେ ଭୀମେଶ୍ୱର ଅବସ୍ଥାନ କରନ୍ତି, ଏଥିପାଇଁ ତାଙ୍କ ଘରେ ସ୍ଵତନ୍ତ୍ର ଖଟୁଲି ରେ ବିଜେ କରନ୍ତି। ଏହି ପନ୍ତି ଏକ ବ୍ୟାପକ ବ୍ୟାପାର।
ଲୋକମାନଙ୍କର ସମସ୍ତ ଦୁଃଖ କଷ୍ଟ କୁ ଦୂର କରିବାକୁ ଭୀମେଶ୍ୱର ଶ୍ରୀକ୍ଷେତ୍ର ବିଜେ କରନ୍ତି। ଏହି ପ୍ରଥା କାହିଁ କେତେ ଦିନରୁ ଚାଲି ଆସିଛି। ଚୈତ୍ର ପୂର୍ଣ୍ଣିମା ଠାରୁ କିଛି ଦିନ ପର୍ଯ୍ୟନ୍ତ ଭୀମେଶ୍ୱର ପୁରୀରେ ବିଭିନ୍ନ ଘରକୁ ପନ୍ତି ପାଇଁ ବିଜେ କରନ୍ତି। ଆପଣ ମାନେ ମଧ୍ୟ ବର୍ତ୍ତମାନ ପୁରୀରେ ଭୀମେଶ୍ୱର ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରି ପାରିବେ।
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
Next Articleଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
