ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ତାତିର ସଙ୍ଗୀନ ସ୍ଥିତି: ୪ଟି ସହରରେ ୪୪ ଛୁଇଁଲା ତାପମାତ୍ରା, ୪୪ .୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଅନୁଗୁଳ, ବୋୖଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ୧୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବା ବେଳେ ୩୨ ସହରରେ ୪୦ କିମ୍ବା ଅଧିକ ରହିଛି। ୪୪ .୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଥିସହ ଆଜି ଅନୁଗୁଳ ଏସିଆର ଚତୁର୍ଥ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ [...]

Admin•ଅପ୍ରେଲ 26, 2024
Share Article:
ତାତିର ସଙ୍ଗୀନ ସ୍ଥିତି: ୪ଟି ସହରରେ ୪୪ ଛୁଇଁଲା ତାପମାତ୍ରା, ୪୪ .୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଅନୁଗୁଳ, ବୋୖଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ୧୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବା ବେଳେ ୩୨ ସହରରେ ୪୦ କିମ୍ବା ଅଧିକ ରହିଛି।

୪୪ .୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଥିସହ ଆଜି ଅନୁଗୁଳ ଏସିଆର ଚତୁର୍ଥ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ୪୪.୫, ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏହି ମାସ ୩୦ ତାରିଖ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

#Odia#Odisha#News
Share Article:

Related Articles