ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନୂଆପଡାରେ ବିଜେଡିର ନିର୍ବାଚନ ପ୍ରଚାର, ବରିଷ୍ଠ ନେତା ପାଣ୍ଡିଆନ ଦେଲେ ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ

ଭୁବନେଶ୍ୱର -ନିର୍ବାଚନ ପାଇଁ ରାଜ୍ୟରେ ବିଭିନ୍ନ ଦଳର ପ୍ରଚାର ସରଗରମ ହେବାରେ ଲାଗିଛି । ପ୍ରଚାରରେ ବିଜେଡି ଅନ୍ୟ ଦଳଙ୍କ ଅପେକ୍ଷା ଟିକେ ଆଗରେ ରହିଥିବା ମନେ ହେଉଛି। ଆଜି ନୂଆପଡା ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନୂଆପଡାରେ ଏକ ଜନସଭାକୁ ସମ୍ବୋଧନ କରି ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ ରଖିଛନ୍ତି ପାଣ୍ଡିଆନ । ନୂଆପଡ଼ାରେ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି [...]

Admin•ଅପ୍ରେଲ 27, 2024
Share Article:

ଭୁବନେଶ୍ୱର -ନିର୍ବାଚନ ପାଇଁ ରାଜ୍ୟରେ ବିଭିନ୍ନ ଦଳର ପ୍ରଚାର ସରଗରମ ହେବାରେ ଲାଗିଛି । ପ୍ରଚାରରେ ବିଜେଡି ଅନ୍ୟ ଦଳଙ୍କ ଅପେକ୍ଷା ଟିକେ ଆଗରେ ରହିଥିବା ମନେ ହେଉଛି। ଆଜି ନୂଆପଡା ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନୂଆପଡାରେ ଏକ ଜନସଭାକୁ ସମ୍ବୋଧନ କରି ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ ରଖିଛନ୍ତି ପାଣ୍ଡିଆନ । ନୂଆପଡ଼ାରେ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ନୂଆପଡ଼ା ଓ ମାଲକାନଗିରିରେ ବଡ଼ ମେଡିକାଲ କଲେଜ ହୋଇଛି । ପୂର୍ବରୁ ଥିବା ସାଂସଦ ଲୋକଙ୍କ ଆଶୀର୍ବାଦକୁ ବେଖାତିର କରିଛନ୍ତି ବୋଲି ବିଜେଡି ନେତା କହିଛନ୍ତି ।

ଲୋକଙ୍କ ୪୩୦ ଅଭିଯୋଗରୁ ୩୫୦ ଅଭିଯୋଗର ଶୁଣାଣି ହୋଇଛି । ୪୦ବର୍ଷ ହେବ ହୋଇନଥିବା ସୁନାବେଡ଼ା ରାସ୍ତା କାମ ଚାଲିଛି । ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଇନଡୋର ଷ୍ଟାଡିୟମ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ଏହି ଅବସରରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଳ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ପାଣ୍ଡିଆନ ନିବେଦନ କରିଛନ୍ତି।

#Odia#Odisha#News
Share Article:

Related Articles