ପୁନମ୍ ମହାଜନଙ୍କ ଟିକେଟ୍ କଟିଲା, ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ଓକିଲ ଉଜ୍ବଳ ନିକମ ହେଲେ ବିଜେପି ପ୍ରାର୍ଥୀ
ମୁମ୍ବାଇ: ବିଜେପି ମୁମ୍ବାଇ ଉତ୍ତର-ମଧ୍ୟ ଲୋକସଭା ଆସନରୁ ସାଂସଦ ପୁନମ୍ ମହାଜନଙ୍କ ଟିକେଟ୍ କାଟିଛି । ପୁନମଙ୍କ ସ୍ଥାନରେ ଦଳ ଶନିବାର ଜଣାଶୁଣା ଓକିଲ ଉଜ୍ବଳ ଦେବରାଓ ନିକମଙ୍କୁ ପ୍ରାର୍ଥୀ କରିଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ନିକାମ ସରକାରୀ ଓକିଲ ଥିଲେ। ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ଏବଂ ୨୬/୧୧ ଆକ୍ରମଣ ପରେ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଜ୍ବଳ ନିକମ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଦାୟିତ୍ଵ ତୁଲାଇଛନ୍ତି। [...]
ମୁମ୍ବାଇ: ବିଜେପି ମୁମ୍ବାଇ ଉତ୍ତର-ମଧ୍ୟ ଲୋକସଭା ଆସନରୁ ସାଂସଦ ପୁନମ୍ ମହାଜନଙ୍କ ଟିକେଟ୍ କାଟିଛି । ପୁନମଙ୍କ ସ୍ଥାନରେ ଦଳ ଶନିବାର ଜଣାଶୁଣା ଓକିଲ ଉଜ୍ବଳ ଦେବରାଓ ନିକମଙ୍କୁ ପ୍ରାର୍ଥୀ କରିଛି।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ନିକାମ ସରକାରୀ ଓକିଲ ଥିଲେ। ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ଏବଂ ୨୬/୧୧ ଆକ୍ରମଣ ପରେ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଜ୍ବଳ ନିକମ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଦାୟିତ୍ଵ ତୁଲାଇଛନ୍ତି।
ବିଜେପିର ଦିବଂଗତ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ୍ ମହାଜନ ୨୦୧୪ ଓ ୨୦୧୯ରେ ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ନିର୍ବାଚିତ ହୋଇଥିଲେ। ପୁନମ୍ ମଧ୍ୟ ବିଜେପିର ୟୁଥ୍ ୱିଙ୍ଗର ପୂର୍ବତନ ସଭାନେତ୍ରୀ ।
ସଂଗଠନରୁ ମିଳିଥିବା ସୂଚନା ଆଧାରରେ ପୁନମଙ୍କ ଟିକେଟ୍ କଟିଛି ବୋଲି ଦଳୀୟ ନେତାମାନେ କହିଛନ୍ତି। ପୁନମ୍ ମହାଜନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ ବୋଲି ସଙ୍କେତ ମିଳିଥିଲା।
କଂଗ୍ରେସ ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ପ୍ରାର୍ଥୀ ଭାବେ ଦଳର ମୁମ୍ବାଇ ଶାଖା ମୁଖ୍ୟ ତଥା ଧାରାବୀ ବିଧାୟିକା ବର୍ଷା ଗାୟକୱାଡଙ୍କୁ ମଇଦାନକୁ ଓହ୍ଲାଇଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମୁମ୍ବାଇରେ ମତଦାନ ଅନୁଷ୍ଠିତ ହେବ ।
ଲୋକସଭା ନିର୍ବାଚନ ସହିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଶନିବାର ଆଉ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
Senior BJD Leader Kartik Pandian Relishes ‘Pakhala’ with Eminent Journalist Rahul Kanwal
Next Articleନିର୍ବାଚନ ପ୍ରଚାର ଓ ଖରା ଉଷ୍ଣତା ଭିତରେ ପଖାଳର ମଜା ନେଲେ ପାଣ୍ଡିଆନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
