ତୀରନ୍ଦାଜୀ ବିଶ୍ୱକପ୍: ଅଲିମ୍ପିକ୍ ଚାମ୍ପିୟନ କୋରିଆକୁ ହରାଇ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
ସାଂଘାଇ: ଅଲିମ୍ପିକ୍ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ହରାଇ ୧୪ ବର୍ଷ ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ରବିବାର ଏଠାରେ ତୀରନ୍ଦାଜୀ ବିଶ୍ୱକପ୍ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିଣିଛି । ବିଶ୍ୱକପ ଫାଇନାଲରେ ଏହା ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ । ଏହି ସଫଳତା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କ ତିନି ଜଣିଆ ଭାରତୀୟ ଦଳ [...]
ସାଂଘାଇ: ଅଲିମ୍ପିକ୍ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ହରାଇ ୧୪ ବର୍ଷ ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ରବିବାର ଏଠାରେ ତୀରନ୍ଦାଜୀ ବିଶ୍ୱକପ୍ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିଣିଛି ।
ବିଶ୍ୱକପ ଫାଇନାଲରେ ଏହା ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ । ଏହି ସଫଳତା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି।
ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କ ତିନି ଜଣିଆ ଭାରତୀୟ ଦଳ ଗୋଟିଏ ବି ସେଟ୍ ନ ହରାଇ ଶକ୍ତିଶାଳୀ କୋରିଆ ଖେଳାଳିଙ୍କ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ ।
ଇଭେଣ୍ଟର ଶ୍ରେଷ୍ଠ ଦୁଇ ସିଡ୍ ଦଳ ମଧ୍ୟରେ ମୁକାବିଲାରେ ଭାରତ ୫-୧ (୫୭-୫୭, ୫୭-୫୫, ୫୫-୫୩)ରେ ଜିତିଥିଲା | ଚଳିତ ବିଶ୍ୱକପ୍ରେ ଏହା ହେଉଛି ଭାରତର ପଞ୍ଚମ ସ୍ୱର୍ଣ୍ଣ ପଦକ।
ଏହି ଐତିହାସିକ ସଫଳତା ପରେ ଅଙ୍କିତା ଭକତ ଏବଂ ଧୀରଜଙ୍କ ରିକର୍ଭ ମିକ୍ସଡ ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଭାରତୀୟ ଦଳର ଖୁସି ଦ୍ୱିଗୁଣିତ କରିଥିଲେ। ଭାରତୀୟ ଯୋଡି ମେକ୍ସିକୋର ଆଲେଜାଣ୍ଡ୍ରା ଭାଲେନ୍ସିୟା ଏବଂ ମାଟିୟାସ ଗ୍ରାଣ୍ଡେଙ୍କୁ ୬-୦ (୩୫-୩୧, ୩୮-୩୫, ୩୯-୩୭)ରେ ହରାଇଥିଲେ ।
ଅସହ୍ୟ ଗ୍ରୀଷ୍ମ ପ୍ରକୋପ : ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
Next ArticleOdisha: World Skill Center Students Return Post 6-Month Paid Internship Program at Singapore
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
