ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରଣ୍ଢା ନିକଟରେ ଭ୍ୟାନ୍ ଧକ୍କାରେ ବୃଦ୍ଧା ମୃତ

ବ୍ରହ୍ମପୁର: ପରିବା ବିକିବା ପାଇଁ ବ୍ରହ୍ମପୁର ଯିବାକୁ ବାହାରିଥିଲେ ୬୫ ବର୍ଷୀୟା ବୃଦ୍ଧା। ହେଲେ ରାସ୍ତା ପାର ହେଉଥିବା ବେଳେ ଯମଦୂତ ସଦୃଶ ଦ୍ରୁତ ଗତିରେ ମାଡ଼ି ଆସିଲା ପିକଅପ୍ ଭ୍ୟାନ୍। ଆଉ ଭ୍ୟାନ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା। ଆଜି ସକାଳେ ଗୋଳନ୍ଥରା ଥାନା ଅଧୀନ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଳତୀ ଆଜି ସକାଳୁ ଅନ୍ୟ ଦିନ ଭଳି ରଣ୍ଢା ହୋଲସେଲ୍ ପରିବା ବଜାରରୁ ପରିବା ନେଇ [...]

Admin•ଅପ୍ରେଲ 29, 2024
Share Article:

ବ୍ରହ୍ମପୁର: ପରିବା ବିକିବା ପାଇଁ ବ୍ରହ୍ମପୁର ଯିବାକୁ ବାହାରିଥିଲେ ୬୫ ବର୍ଷୀୟା ବୃଦ୍ଧା। ହେଲେ ରାସ୍ତା ପାର ହେଉଥିବା ବେଳେ ଯମଦୂତ ସଦୃଶ ଦ୍ରୁତ ଗତିରେ ମାଡ଼ି ଆସିଲା ପିକଅପ୍ ଭ୍ୟାନ୍। ଆଉ ଭ୍ୟାନ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା। ଆଜି ସକାଳେ ଗୋଳନ୍ଥରା ଥାନା ଅଧୀନ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଳତୀ ଆଜି ସକାଳୁ ଅନ୍ୟ ଦିନ ଭଳି ରଣ୍ଢା ହୋଲସେଲ୍ ପରିବା ବଜାରରୁ ପରିବା ନେଇ ବ୍ରହ୍ମପୁରରେ ବିକ୍ର ପାଇଁ ରାସ୍ତା ପାର ହେଉଥିଲେ। ମାତ୍ର ଏତିକିବେଳେ ଇଚ୍ଛାପୁରରୁ ବ୍ରହ୍ମପୁରକୁ ଯାଉଥିବା ମାଛ ବୋଝେଇ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଚିକରଡା ଗ୍ରାମବାସୀ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଭ୍ୟାନ୍ ଜବତ କରିଛି ପୋଲିସ।

#Odia#Odisha#News
Share Article:

Related Articles