ମାନିଲା ଆଷ୍ଟ୍ରାଜେନେକା, ‘କୋଭିସିଲ୍ଡ’ ଟିକା ଦ୍ବାରା ଶରୀରରେ ରକ୍ତ ଜମାଟ ବାନ୍ଧିପାରେ
ଲଣ୍ଡନ: କୋଭିଡ୍-୧୯ ଟିକା ‘କୋଭିସିଲ୍ଡ’ ଦ୍ବାରା ଷ୍ଟ୍ରୋକ, ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ପ୍ରଥମ ଥର ଏହି କଥା ସ୍ୱୀକାର କରିଛି । ଏହା ଦ୍ବାରା ପ୍ରସ୍ତୁତ କୋଭିଡ-୧୯ ଟିକା ଦ୍ବାରା ଶରୀରରେ ଟିଟିଏସ୍ ପରି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଶରୀରରେ ରକ୍ତ ଜମାଟର କାରଣ ହୋଇପାରେ ବୋଲି କହିଛି ଏହି କମ୍ପାନୀ। ବ୍ରିଟେନର ହାଇକୋର୍ଟରେ ଦାଖଲ ଦସ୍ତାବିଜରେ [...]
ଲଣ୍ଡନ: କୋଭିଡ୍-୧୯ ଟିକା ‘କୋଭିସିଲ୍ଡ’ ଦ୍ବାରା ଷ୍ଟ୍ରୋକ, ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ପ୍ରଥମ ଥର ଏହି କଥା ସ୍ୱୀକାର କରିଛି । ଏହା ଦ୍ବାରା ପ୍ରସ୍ତୁତ କୋଭିଡ-୧୯ ଟିକା ଦ୍ବାରା ଶରୀରରେ ଟିଟିଏସ୍ ପରି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଶରୀରରେ ରକ୍ତ ଜମାଟର କାରଣ ହୋଇପାରେ ବୋଲି କହିଛି ଏହି କମ୍ପାନୀ।
ବ୍ରିଟେନର ହାଇକୋର୍ଟରେ ଦାଖଲ ଦସ୍ତାବିଜରେ ଆଷ୍ଟ୍ରାଜେନେକା ନିଜ କୋଭିଡ୍-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନାକୁ ସ୍ୱୀକାର କରିଛି। ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନରେ ‘କୋଭିସିଲ୍ଡ’ ନାମରେ ଆଷ୍ଟ୍ରୋଜେନେକା ଦ୍ବାରା ପ୍ରସ୍ତୁତ ଟିକାର ବହୁଳ ବ୍ୟବହାର ହୋଇଥିଲା ।
ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ଠାରୁ ଲାଇସେନ୍ସ ଆଣି ଦେଶରେ ଏହି ଟିକା ଉତ୍ପାଦନ କରିଥିଲା । ଏହା କେବଳ ଭାରତର କୋଭିଡ୍ ଟୀକାକରଣ ଅଭିଯାନରେ ବ୍ୟବହୃତ ହୋଇନଥିଲା, ବରଂ ବିଶ୍ବର ଅନେକ ଦେଶକୁ ମଧ୍ୟ ରପ୍ତାନି କରାଯାଇଥିଲା। କୋଭିସିଲ୍ଡ ବ୍ୟତୀତ ଏହି ଟିକା ଅନେକ ଦେଶରେ ‘ଭାକ୍ସଜେଭ୍ରିଆ’ ବ୍ରାଣ୍ଡରେ ବିକ୍ରି ହୋଇଥିଲା ।
ଜାମି ସ୍କଟ୍ ନାମକ ଜଣେ ବ୍ୟକ୍ତି ଆଷ୍ଟ୍ରାଜେନେକା ବିରୋଧରେ ଏହି ମାମଲା ଦାୟର କରିଥିଲେ। ଏହି କମ୍ପାନୀର କୋଭିଡ୍ ଟିକା ନେବାପରେ ତାଙ୍କ ବ୍ରେନ୍ ଡାମେଜ୍ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆହୁରି ଅନେକ ଲୋକ ମଧ୍ୟ ଆଷ୍ଟ୍ରାଜେନେକା ବିରୋଧରେ କୋର୍ଟରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।
ଛତ୍ରପୁରର ଶତାଧିକ ବିଜେପି ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ
Next Articleନାମାଙ୍କନ ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
