ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମା’ ତାରାତାରିଣୀଙ୍କ ଆଶୀର୍ବାଦ ସହ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ

ଛତ୍ରପୁର: ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ବିଜେଡିର ବିଜୟ ଶଙ୍ଖନାଦ କରିଥିଲେ। ଆରମ୍ଭ କରିଥିଲେ ପ୍ରଚାର ଅଭିଯାନ। ଆଉ ଆଜି ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏଥିସହ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବାର ତଥା ରେକର୍ଡ ଷଷ୍ଠ ଥର ପାଈଁ ହିଞ୍ଜିଳିରୁ ବିଧାୟକ ଭାବେ ପୁଣି ମୁଖ୍ୟମନ୍ତ୍ରୀ ହେବାର ଦୃଢ଼ ଉଦଘୋଷଣା କରିଛନ୍ତି ସେ। ରାଜ୍ୟରେ [...]

Admin•ଅପ୍ରେଲ 30, 2024
Share Article:
ମା’ ତାରାତାରିଣୀଙ୍କ ଆଶୀର୍ବାଦ ସହ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ

ଛତ୍ରପୁର: ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ବିଜେଡିର ବିଜୟ ଶଙ୍ଖନାଦ କରିଥିଲେ। ଆରମ୍ଭ କରିଥିଲେ ପ୍ରଚାର ଅଭିଯାନ। ଆଉ ଆଜି ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏଥିସହ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବାର ତଥା ରେକର୍ଡ ଷଷ୍ଠ ଥର ପାଈଁ ହିଞ୍ଜିଳିରୁ ବିଧାୟକ ଭାବେ ପୁଣି ମୁଖ୍ୟମନ୍ତ୍ରୀ ହେବାର ଦୃଢ଼ ଉଦଘୋଷଣା କରିଛନ୍ତି ସେ। ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ ମେ ୨୦ ତାରିଖରେ ହିଞ୍ଜିଳିରେ ଭୋଟଗ୍ରହଣ ହେବ।

ଗଞ୍ଜାମ ଜିଲ୍ଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଦର୍ଶନ ଓ ପୂଜା ପରେ ଛତ୍ରପୁର ଯାଇ ସେଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡି ସୁପ୍ରିମୋ। ତାରାତାରିଣୀ ପୀଠରୁ ଆରମ୍ଭ କରି ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛତ୍ରପୁର ଅନସ୍ଲୋ ପଡ଼ିଆରେ ପହଞ୍ଚି ସେଠାରୁ ସର୍କିଟ୍ ହାଉସ୍ ଯାଇଥିଲେ। ସେଠାରୁ ବାହାରିଥିଲା ନାମାଙ୍କନ ପଟୁଆର। ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍ ପାର୍ଥସାରଥୀ ହାଂସଦାଙ୍କ ନିକଟରେ ନାମାଙ୍କନ ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, କବିସୂର୍ଯ୍ୟନଗର ପ୍ରାର୍ଥୀ ଲତିକା ପ୍ରଧାନ, ଛତ୍ରପୁର ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ପୋଲସରା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସୋରଡା ପ୍ରାର୍ଥୀ ସଂଘମିତ୍ରା ସ୍ବାଇଁ, ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ସହ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଓଡ଼ିଶାର ସର୍ବାଧିକ ଜନପ୍ରିୟ ନେତା, ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସତେ ଯେମିତି ଛତ୍ରପୁର ସହର ବିଜେଡି ପତାକା ଓ ମୁଖ୍ୟମନ୍ତ୍ରୀଙ୍କ କଟ୍ଆଉଟରେ ଛାଇ ଯାଇଥିଲା। ବିଜେଡିମୟ ଲାଗୁଥିଲା ଗଞ୍ଜାମ ଜିଲ୍ଲାର ସଦର ମହକୁମା ସହର। ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀଙ୍କ ଆଜି ନାମାଙ୍କନ ପରେ ବୁଧବାର ୫ଟି ଅଧ୍ୟକ୍ଷ ଛତ୍ରପୁର ଷ୍ଟାଡିୟମରେ ଏକ ବିଶାଳ ସମାବେଶରେ ଉଦବୋଧନ ଦେବେ।

#Odia#Odisha#News
Share Article:

Related Articles