ଭୀଷଣ ଗ୍ରୀଷ୍ମ ତାତିରେ ଜଳୁଛି ଓଡ଼ିଶା : ବାରିପଦା, ବାଲେଶ୍ୱରରେ ୪୬ ଛୁଇଁଲା ପାରା, ୧୫ ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ
ଭୁବନେଶ୍ୱର – ଆଜି ରାଜ୍ୟରେ ଭୀଷଣ ତାତି ଅନୁଭବ ହୋଇଛି । ଆକାଶରୁ ନିଆଁ ବର୍ଷିଛି । ବାରିପଦା , ବାଲେଶ୍ଵର ଓ ଭୁବନେଶ୍ୱରରେ ତ ରେକର୍ଡ ତାତି । ଆଜି ୧୫ଟି ସହରରେ ୪୪ ଡିଗ୍ରୀ ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ୨୯ ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି। ବାରିପଦାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ବାରିପଦା ଓ ବାଲେଶ୍ଵରରେ ତାପମାତ୍ରା ୪୬ [...]
ଭୁବନେଶ୍ୱର – ଆଜି ରାଜ୍ୟରେ ଭୀଷଣ ତାତି ଅନୁଭବ ହୋଇଛି । ଆକାଶରୁ ନିଆଁ ବର୍ଷିଛି । ବାରିପଦା , ବାଲେଶ୍ଵର ଓ ଭୁବନେଶ୍ୱରରେ ତ ରେକର୍ଡ ତାତି । ଆଜି ୧୫ଟି ସହରରେ ୪୪ ଡିଗ୍ରୀ ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ୨୯ ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି। ବାରିପଦାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି।
ବାରିପଦା ଓ ବାଲେଶ୍ଵରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ୪୬ ଦଶମିକ ୪ ଡିଗ୍ରୀ ସହ ବାରିପଦା ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଆଜି ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୬ ଦଶମିକ ୪ ଡିଗ୍ରୀ ସେଲସିୟସ, ଯାହା କି ଏପ୍ରିଲ ମାସରେ ସହରରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ରେକର୍ଡ। ଏହା ପୂର୍ବରୁ ୨୧ ଏପ୍ରିଲ ୨୦୧୦ରେ ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହି ରେକର୍ଡ ଆଜି ଭଙ୍ଗ ହୋଇଛି। ଆଜି ବାଲେଶ୍ଵରର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରହିଛି । ରାଜ୍ୟର ଆଜି ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି ବାଲେଶ୍ଵର। ରାଜଧାନୀ ଭୁବନେଶ୍ଵର ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଥିଲା ୪୫ ଦଶମିକ ୪ ଡିଗ୍ରୀ ସେଲସିୟସ। ଆଜି ରାଜଧାନୀ ଭୁବନେଶ୍ବରରେ ଚଳିତବର୍ଷ ପ୍ରଥମ ଥର ପାଇଁ ପାରଦ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଭୁବନେଶ୍ୱରର ତାପମାତ୍ରା ଆଜି ୪୫ ଦଶମିକ ୪ ଡିଗ୍ରୀ ସେଲସିୟସ ଥିଲା, ଯାହାକି ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା। ପୂର୍ବରୁ ୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା,ଯାହାକି ଏପ୍ରିଲ ମାସର ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ।
ଅନୁଗୁଳରେ ଆଜି ୪୪.୭, ତାଳଚେରରେ ୪୪.୫,ଢେଙ୍କାନାଳ ଓ ଯାଜପୁରରେ ୪୪.୫, ବୌଦ୍ଧରେ ୪୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Odisha: Ex-Statistical Assistant Awarded 3 Yrs Imprisonment in Bribery Case
Next Articleବିଶ୍ଵର ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ ଓ ବାଲେଶ୍ଵର ତୃତୀୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
