କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ଅପିଲ୍
ବ୍ରହ୍ମପୁର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । [...]
ବ୍ରହ୍ମପୁର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ ।
ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ । ନବୀନ ପଟ୍ଟନାୟକ ଓ ସେ ସବୁବେଳେ ଲୋକମାନଙ୍କ ସହିତ ରହିଛୁ ଓ ରହିଥିବୁ। ସୁଖଦୁଃଖରେ ଅଛୁ, ସବୁଦିନେ ଭଲମନ୍ଦ ବୁଝୁଛୁ। ତେଣୁ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ପାଣ୍ଡିଆନ ଆହ୍ବାନ ଦେଇଥିଲେ।
ବିରୋଧୀଙ୍କୁ ପ୍ରବଳ ଆକ୍ରମଣ କରି ସେ କହିଲେ ଯେ, କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ। ସେମାନେ କେଉଁଠି ଦିଶୁନାହାନ୍ତି । ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି । ସେମାନଙ୍କୁ ଦୂରରେ ରଖିବା ପାଇଁ ସେ କହିଥିଲେ। ସେମାନେ ବାରମ୍ବାର ଡବଲ ଇଞ୍ଜିନ, ଡବଲ ଇଞ୍ଜିନ କହୁଛନ୍ତି। କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ। ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। କବିସୂର୍ଯ୍ୟନଗରକୁ ସେ ଖୁବ୍ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀ ଦେଶର ଏକମାତ୍ର ନେତା, ଯିଏ କାମର ହିସାବ ଦେବାକୁ କହନ୍ତି। ସେଥିପାଇଁ ଓଡିଶାରେ, ସବୁ ଜାଗାରେ ଆମେ କାମର ହିସାବ ଦେଉଛୁ । ଏଭଳି କେଉଁ ରାଜ୍ୟରେ ବି ଦେଖିବାକୁ ମିଳିବ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, କବିସୂର୍ଯ୍ୟନଗରରେ ୬୦ କୋଟିର କାମ ଚାଲିଛି। ଏଥିସହିତ ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ପୁରୁଷୋତ୍ତମ ବ୍ଲକ ଗୁପ୍ତେଶ୍ବର ମନ୍ଦିର ପାଇଁ ୧.୨୦ କୋଟି, ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ପାଇଁ ୧ କୋଟି ଟଙ୍କା, ଶାଳିଆ ଡ୍ୟାମରୁ ବେଗୁନିଆପଡା ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୦୦ କୋଟି, ପୁରୁଷୋତ୍ତମପୁର ବ୍ଲକ୍ରେ ଋଷିକୂଲ୍ୟା ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ ।
ଦିଗପହଣ୍ଡିରେ ୫୦ କୋଟିର କାମ ଚାଲିଥିବା ପାଣ୍ଡିଆନ ପ୍ରକାଶ କରିଥିଲେ। ମା’ ନିଜବାଙ୍କେଶ୍ବରୀ ମନ୍ଦିର, ମହୁରୀକାଳୁଆ ମନ୍ଦିର ଏବଂ ଘଟେକେଶ୍ବର ମନ୍ଦିର ପାଇଁ ୪ କୋଟି ଟଙ୍କା, କୁକୁଡାଖଣ୍ଡି ବ୍ଲକ୍ରେ ଜଳସେଚନ ସୁବିଧା ଓ ବ୍ରହ୍ମପୁର ସହର ଓ ଗୋପାଳପୁର ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ୩୨୪ କୋଟି ଟଙ୍କା, ଛେଳିଗଡ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଜକମେରପାଲୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ଏବଂ ଦିଗପହଣ୍ଡି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୬୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ ।
Vistara Flight Makes Emergency Landing at Bhubaneswar Airport
Next Articleଆଜି ତାପମାତ୍ରା ସାମାନ୍ୟ ହ୍ରାସ: ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
