ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମେ’ ୫ ପରଠୁ ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର – ମେ’ ୫ ପରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି । ଆଶ୍ୱସ୍ତି ଆଣିବ କାଳବୈଶାଖୀ। ଚଳିତମାସ ୫ ତାରିଖ ପରଠାରୁ ତାତି କମିବା ସମ୍ଭାବନା ରହିଛି। ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଏହିମାସ ୫ ପରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା [...]

Admin•ମଇ 2, 2024
Share Article:

ଭୁବନେଶ୍ୱର – ମେ’ ୫ ପରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି । ଆଶ୍ୱସ୍ତି ଆଣିବ କାଳବୈଶାଖୀ। ଚଳିତମାସ ୫ ତାରିଖ ପରଠାରୁ ତାତି କମିବା ସମ୍ଭାବନା ରହିଛି। ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଏହିମାସ ୫ ପରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା ସମ୍ଭାବନା ରହିଛି। ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles