ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି

ନୂଆଦିଲ୍ଲୀ – ଚଳିତ ବର୍ଷ ମୌସୁମୀ ଆଗୁଆ କେରଳ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ’ ୩୧ ସୁଦ୍ଧା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ସାଧାରଣତଃ ମେ ’ ୨୨ ବେଳକୁ ମ ମୋୖସୁମୀ ସକ୍ରିୟ ହେବା ସହିତ ଜୁନ୍‌ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁ ଥାଏ। ଏହାପରେ ଏହା ଉତ୍ତର ଦିଗକୁ ଗତି କରିବା ସହିତ [...]

Admin•ମଇ 16, 2024
Share Article:

ନୂଆଦିଲ୍ଲୀ – ଚଳିତ ବର୍ଷ ମୌସୁମୀ ଆଗୁଆ କେରଳ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ’ ୩୧ ସୁଦ୍ଧା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ସାଧାରଣତଃ ମେ ’ ୨୨ ବେଳକୁ ମ ମୋୖସୁମୀ ସକ୍ରିୟ ହେବା ସହିତ ଜୁନ୍‌ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁ ଥାଏ। ଏହାପରେ ଏହା ଉତ୍ତର ଦିଗକୁ ଗତି କରିବା ସହିତ ଜୁଲାଇ ୧୫ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଭାଗରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ମୌସୁମୀ ମେ ’ ୧୯ ତାରିଖରେ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଭାଗର କିଛି ଅଞ୍ଚଳ ଏବଂ ନିକୋବର ଦ୍ବୀପାଞ୍ଚଳରେ ଗତିଶୀଳ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ଜୁନରୁ ସେପ୍ଟମ୍ବର ମାସ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ମଧ୍ୟ ଆଇଏମଡି ପୂର୍ବାନୁମାନ କରିଛି।

#Odia#Odisha#News
Share Article:

Related Articles