ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସେନା ଉପରେ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିକଟରେ ଦାବି କରିଛି ବିଜେପି। ରାହୁଲ ଗାନ୍ଧୀ ଏକ ସଭାରେ କହିଥିଲେ ଯେ, ମୋଦୀ ସରକାର ଦୁଇଟି ଶ୍ରେଣୀର ସୈନିକ ସୃଷ୍ଟି କରିଛନ୍ତି। ଗୋଟିଏ ସୈନିକ ଶ୍ରେଣୀରେ ଗରିବ ପରିବାର ଓ ସଂରକ୍ଷିତ, ବଞ୍ଚିତ ବର୍ଗର‌ ଯୁବକ ଅଛନ୍ତି ଏବଂ ଅନ୍ୟଟି ଧନୀ ପରିବାରର ପିଲାଙ୍କୁ ନେଇ ଗଠିତ। ରାହୁଲଙ୍କ ବିରୋଧରେ [...]

Admin•ମଇ 16, 2024
Share Article:

ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିକଟରେ ଦାବି କରିଛି ବିଜେପି। ରାହୁଲ ଗାନ୍ଧୀ ଏକ ସଭାରେ କହିଥିଲେ ଯେ, ମୋଦୀ ସରକାର ଦୁଇଟି ଶ୍ରେଣୀର ସୈନିକ ସୃଷ୍ଟି କରିଛନ୍ତି। ଗୋଟିଏ ସୈନିକ ଶ୍ରେଣୀରେ ଗରିବ ପରିବାର ଓ ସଂରକ୍ଷିତ, ବଞ୍ଚିତ ବର୍ଗର‌ ଯୁବକ ଅଛନ୍ତି ଏବଂ ଅନ୍ୟଟି ଧନୀ ପରିବାରର ପିଲାଙ୍କୁ ନେଇ ଗଠିତ।

ରାହୁଲଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଜୁନ ରାମ ମେଘୱାଲ, ଜାତୀୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଅନିଲ ବାଲୁନି ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ସହ ଦଳର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ଭେଟିବା ପରେ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟ ମିଛ। ଏହା ଆମ ସଶସ୍ତ୍ର ବାହିନୀ ଉପରେ ଆକ୍ରମଣ। ସେ ଏହାକୁ ଏକ ବିବାଦୀୟ ପ୍ରସଙ୍ଗ କରି ସଶସ୍ତ୍ର ବାହିନୀର ମନୋବଳ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଏହା ନିର୍ବାଚନୀ ପ୍ରସଙ୍ଗ ନୁହେଁ। ଏହା ଜାତୀୟ ନିରାପତ୍ତାର ବିଷୟ। ନିକଟରେ ରାଏବରେଲିରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଏପରି ମନ୍ତବ୍ୟ ଦେଇଥିଲେ । ସୈନିକମାନଙ୍କ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନା ଉପରେ ସେ ମୋଦୀ ସରକାରଙ୍କୁ ଆକ୍ରମଣ କରିଥିଲେ। କେନ୍ଦ୍ରରେ ଇଣ୍ଡିଆ ମେଣ୍ଟର ସରକାର ହେଲେ ଅଗ୍ନିପଥ ଯୋଜନା ଉଚ୍ଛେଦ କରାଯିବ ବୋଲି କହିଥିଲେ ରାହୁଲ।

#Odia#Odisha#News
Share Article:

Related Articles