ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ଶକ୍ତି ପ୍ରଦର୍ଶନ କଲା ବିଜେଡି
ଭୁବନେଶ୍ବର – ରାଜଧାନୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ସମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀର ରାଜରାସ୍ତା ପାଲଟିଥିଲା ଜନସମୁଦ୍ର।ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା [...]
ଭୁବନେଶ୍ବର – ରାଜଧାନୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ସମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀର ରାଜରାସ୍ତା ପାଲଟିଥିଲା ଜନସମୁଦ୍ର।ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ରାଜରାସ୍ତା ।
ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯାଇଥିଲା ରୋଡ୍ ଶୋ’ ।
ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ୍ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ। ସମସ୍ତ ସ୍ଥାନରେ ଏସଏଚଜି ମହିଳାମାନେ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ରୋଡ ଶୋ’ର ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ
Next Articleଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
