ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ବିଜେପି ନେତା, ଗୋବିନ୍ଦପୁର ଥାନାରେ ମାମଲା
ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରୀହ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାମାନଙ୍କ ବ୍ୟକ୍ତିଗତ ଜୀବନରେ [...]
ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରୀହ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାମାନଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟେପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳରୁ । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନସ୍ଥ ପିଣ୍ଡାପଥର ଗ୍ରାମରେ ରୁହନ୍ତି ସନ୍ଧ୍ୟା ବାଗ । ବାମରା ବ୍ଲକରେ ସିଆରପି ସିଏମ ଭାବରେ କାର୍ଯ୍ୟ କରୁଛନ୍ତି । ଗତକାଲି ବାମରା ବ୍ଲକ୍ ବିଜେପି ସଭାପତି ନରେଶ ସିଂ ଠାକୁର ଓରଫ ପାପୁନ ତାଙ୍କୁ ଫୋନ କରି ଅନେକ କଥା କହି ଡରାଇଛନ୍ତି । ନିର୍ବାଚନ ଆୟୋଗଙ୍କ ନାମରେ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି । ସେ ଧମକ ଦେଇଥିଲେ ଯେ ତୁମେ କୌଣସି ମିଟିଂ ଆୟୋଜନ କରି ପାରିବ ନାହିଁ | ତୁମର ମୋବାଇଲ ନମ୍ବର ଟେପିଂ ହେଉଛି । ତୁମେ କାହା ସାଙ୍ଗରେ କଣ କଥାବାର୍ତ୍ତା କରୁଛ ସବୁ ଆମ ପାଖରେ ରେକର୍ଡିଂ ଅଛି ବୋଲି କହିଥିଲେ । କେବଳ ଏତିକି ନୁହେଁ ପାପୁନ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ମୋଟରସାଇକେଲରେ ତାଙ୍କ ଘରକୁ ଯାଇଥିଲେ ଏବଂ କାହିଁକି ସଭା ଆୟୋଜନ କରୁଛ ବୋଲି ପଚାରିଥିଲେ ଏବଂ ମୋତେ ଅଶ୍ଳୀଳ ଭାଷାରେ ପାଟି କରି ଧମକ ଦେଇଥିଲେ । ଜାତିଗତ ଆକ୍ଷେପ କରିବା ସହିତ ବିଜେପି ପାଇଁ କାମ କରିବାକୁ ଆଦେଶ ଦେଇଥିବା ସନ୍ଧ୍ୟା ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ବିଜେପି ନେତାଙ୍କ ଦ୍ଵାରା ବାରମ୍ବାର ମାନସିକ ଭାବରେ ଅତ୍ୟାଚାରିତା ହେବା ପରେ ସନ୍ଧ୍ୟା ବାଗ ଶେଷରେ ଗୋବିନ୍ଦପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିଜେପି ମଣ୍ଡଳ ସଭାପତିଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନରେ ହାର ସୁନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ କେମିତି ହିଂସ୍ର ହୋଇ ଉଠିଛନ୍ତି ଏହାର ତାହାର ଏକ ଉଦାହରଣ ଅଟେ । ବିଜେପି ନେତାଙ୍କ କାର୍ଯ୍ୟକଳାପ ଯୋଗୁଁ ସନ୍ଧ୍ୟା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ମହିଳାମାନଙ୍କୁ ନିର୍ଯାତନା ଦେଉଥିବା ଏଭଳି ନେତାଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମିଶନ ଶକ୍ତି ମହିଳାମାନେ ଦାବି କରିଛନ୍ତି ।
ସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍ଙ୍କ ପ୍ରଶ୍ନବାଣ
Next Articleକନ୍ଧମାଳ ଜିଲ୍ଲାର ସବୁ ପୋଲିଂ ବୁଥର ୨୦୦ ମିଟର ପରିଧି ଭିତରେ ୧୪୪ ଧାରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
