ସୋରଡ଼ାର ପ୍ରୟାସୀ: ମାଟ୍ରିକ୍ ମାର୍କ ଯେତିକି ଗଛ ଲଗାଇବେ ସେତିକି
ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ [...]
ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ ଶ୍ରେଣୀ ପରୀକ୍ଷାରେ ସେ ଯେତେ ମାର୍କ ରଖିଛନ୍ତି ଏବେ ସେତିକି ଗଛ ଲଗାଇବେ। ପରିବେଶ ସୁରକ୍ଷା କରିବେ।
ପ୍ରକୃତି ସଂରକ୍ଷଣ ଦିଗରେ ଗୁଣ୍ଡୁଚି ମୂଷା ଭଳି ନିଜର ଅବଦାନ ରଖିବେ।

ଯେତେବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ନିଜ ନିଜ ସଫଳତାକୁ ନେଇ ଖୁସି ମନାଉଛନ୍ତି, ସମସ୍ତଙ୍କୁ ମିଠା ଖୁଆଉଛନ୍ତି ସେତେବେଳେ ପ୍ରୟାସୀ ନେଇଛନ୍ତି ଏଭଳି ଏକ ନିଆରା ପଦକ୍ଷେପ। ସେ ରଖିଥିବା ମାର୍କ ମୁତାବକ ୫୪୮ଟି ଚାରା ନିଜ ଘର, ବିଦ୍ୟାଳୟ ଓ ଗାଁର ବିଭିନ୍ନ ସ୍ଥାନରେ ଲଗାଇବାକୁ ସ୍ଥିର କରିଛନ୍ତି। ଅତିଶୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ବେଳେ ତାଙ୍କ ମନରେ ଏଭଳି ଚିନ୍ତା ସୃଷ୍ଟି ହୋଇଛି। ବ୍ୟାପକ ଗଛ କଟା, ଜଙ୍ଗଲ ନଷ୍ଟ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ବର୍ଷକୁ ବର୍ଷ ତାପମାତ୍ରା ଅହେତୁକ ବୃଦ୍ଧି ପାଉଛି। ଦିନରେ ପ୍ରଚଣ୍ଡ ତାତି ଓ ରାତିରେ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛି ମାନବ ସମାଜ। ଏଣୁ ପ୍ରୟାସୀ ବ୍ୟାପକ ଚାରା ଲଗାଇବା ସହ ତା’ର ଯତ୍ନ ନେଇ ସେଗୁଡ଼ିକୁ ବଡ଼ କରାଇ ସବୁଜିମାରେ ଭରି ଦେବେ ବୋଲି ପଣ କରିଛନ୍ତି। ବାପା ପ୍ରଫୁଲ୍ଲ କୁମାର ଲେଙ୍କା ଓ ମାଆ ତଥା ଏଏନଏମ୍ କର୍ମୀ ପ୍ରିୟମ୍ବଦା ମହାନ୍ତିଙ୍କ ସହ କୁଲାଙ୍ଗି ଗ୍ରାମରେ ରହୁଥିବା ପ୍ରୟାସୀ ନିଜ ସଫଳତାର ଶ୍ରେୟ ଓ ଏଭଳି ନିଷ୍ପତ୍ତି ପାଇଁ ବାପା, ମାଆ ଏବଂ ଶିକ୍ଷକଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି।
Words of Encouragement From a Statesman Like You Means a Lot: Dharmendra to Naveen
Next Articleକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
