ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମୋଦି ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ, ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ହିଁ [...]

Admin•ଜୁନ 10, 2024
Share Article:

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ହିଁ ମିଳିଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୪ ମସିହାରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବାବେଳେ ଗତ ପାଳିରେ ବିଭାଗ ଅଦଳବଦଳ ପରେ ଶିକ୍ଷା ମନ୍ତ୍ରାଳୟ ପାଇଥିଲେ |

ଧର୍ମେନ୍ଦ୍ରଙ୍କୁ ଇସ୍ପାତ ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ମଧ୍ୟ ମିଳିଥିଲା । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରାଳୟ ବଜାୟ ରଖିଛନ୍ତି।

#Odia#Odisha#News
Share Article:

Related Articles