ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବ ଗୋପାଳପୁର ଜେଡ୍ଏସ୍ଆଇ ମ୍ୟୁଜିୟମ୍

ବ୍ରହ୍ମପୁର: ମାଛ, ସାପ, ଶାମୁକା, ଡଲଫିନ୍, ମହାବଳ ବାଘ, ଭାଲୁ, ପାଟମୂଷା, ପାଣି ଲୁଧିଆ, କଙ୍ଗାରୁ, ଗିବନ୍, କଇଁଛ, ବଣ ବିଲେଇ, ବିଭିନ୍ନ ରକମର ପ୍ରଜାପତି, ଝିଣ୍ଟିକା, ବିଛା, ବେଙ୍ଗ, ଭଳିକି ଭଳି ପକ୍ଷୀ ଆଦି ପ୍ରାୟ ୬୦୦ କିସମର ଜୀବଜନ୍ତୁଙ୍କ ମଡେଲ୍, କଙ୍କାଳ ଦେଖିବାକୁ ପାଇବେ ପର୍ଯ୍ୟଟକ, ଜୀବ ବିଜ୍ଞାନୀ ଗବେଷକ, ବୈଜ୍ଞାନିକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଆଦି। କାରଣ ଶୀଘ୍ର ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣ ବା ଜୁଲୋଜିକାଲ ସର୍ଭେ ଅଫ୍ [...]

Admin•ଜୁନ 11, 2024
Share Article:
ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବ ଗୋପାଳପୁର ଜେଡ୍ଏସ୍ଆଇ ମ୍ୟୁଜିୟମ୍

ବ୍ରହ୍ମପୁର: ମାଛ, ସାପ, ଶାମୁକା, ଡଲଫିନ୍, ମହାବଳ ବାଘ, ଭାଲୁ, ପାଟମୂଷା, ପାଣି ଲୁଧିଆ, କଙ୍ଗାରୁ, ଗିବନ୍, କଇଁଛ, ବଣ ବିଲେଇ, ବିଭିନ୍ନ ରକମର ପ୍ରଜାପତି, ଝିଣ୍ଟିକା, ବିଛା, ବେଙ୍ଗ, ଭଳିକି ଭଳି ପକ୍ଷୀ ଆଦି ପ୍ରାୟ ୬୦୦ କିସମର ଜୀବଜନ୍ତୁଙ୍କ ମଡେଲ୍, କଙ୍କାଳ ଦେଖିବାକୁ ପାଇବେ ପର୍ଯ୍ୟଟକ, ଜୀବ ବିଜ୍ଞାନୀ ଗବେଷକ, ବୈଜ୍ଞାନିକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଆଦି। କାରଣ ଶୀଘ୍ର ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣ ବା ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜେଡ୍ଏସ୍ଆଇ)ର ସଂଗ୍ରହାଳୟ (ମ୍ୟୁଜିୟମ୍) ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବାକୁ ଯାଉଛି। ଏଥିରେ ପ୍ରାୟ ୬୦୦ ପ୍ରଜାତିର ମଡେଲ୍ ଦେଖିପାରିବେ ପର୍ଯ୍ୟଟକ। ପୂର୍ବରୁ ୪୦୦ ପ୍ରଜାତିର ମଡେଲ୍ ସଂଗ୍ରହ ଓ ସଂରକ୍ଷଣ କରି ରଖାଯାଇଥିବା ବେଳେ ନିକଟରେ କୋଲକତାରୁ ଆଉ ୨୦୦ ପ୍ରଜାତିର ମଡେଲ୍ ଅଣାଯାଇଛି।

ଗୋପାଳପୁର ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ୨୦୦୫ ମସିହାରେ ଖୋଲିଥିଲା। ଏହି କେନ୍ଦ୍ରରେ ବିଭିନ୍ନ ନୂଆ ପ୍ରଜାତିର ଜୀବଜନ୍ତୁଙ୍କ ଡିଏନ୍ଏ ପରୀକ୍ଷା ନିରୀକ୍ଷା କରି ସେମାନଙ୍କ ପ୍ରଜାତି ଚିହ୍ନଟ କରାଯିବା ସହ ନାମକରଣ କରାଯାଇ ଆସୁଛି। ଗୋପାଳପୁର ସମୁଦ୍ର ସମେତ ଋଷିକୁଲ୍ୟା ମୁହାଣ, ସୋନପୁର ବେଳାଭୂମି, ପୂର୍ବଘାଟ ପାହାଡ଼ ଓ ଜଙ୍ଗଲ ରହିଥିବା ହେତୁ ଏହି ଅଞ୍ଚଳରେ ପ୍ରାଣୀ ଗବେଷଣା ପାଇଁ ଗୋପାଳପୁର ଜେଡ୍ଏସ୍ଆଇ କେନ୍ଦ୍ର ସହାୟକ ହୋଇପାରିଛି। ଏହି କେନ୍ଦ୍ରରେ ଏବେ ଏକ ମ୍ୟୁଜିୟମକୁ ବିକଶିତ କରାଯାଉଛି।

କେନ୍ଦ୍ରର ବୈଜ୍ଞାନିକ ଡଃ ଅନିଲ ମହାପାତ୍ର ସୂଚନା ଦେଇଛନ୍ତି ଯେ- ଜେଡ୍ଏସ୍ଆଇ ମ୍ୟୁଜିୟମ୍ ଶୀଘ୍ର ଖୋଲାଯିବ। ଗୋପାଳପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେମାନେ ଏହାର ମଜା ନେଇ ପାରିବେ। ଏଥିରେ ୧୦୦୦ ପ୍ରଜାତିର ଜୀବଜନ୍ତୁ ଓ କଙ୍କାଳ ରଖିବା ପାଇଁ ଚେଷ୍ଟା କରାଯାଉଛି।

#Odia#Odisha#News
Share Article:

Related Articles