ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରା ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ।ଶୀତଳ ଷଷ୍ଠୀ ପୂର୍ବ ରାତ୍ରରେ ଏଠାରେ କନ୍ୟାଚୋରି ନୀତି ସମ୍ପାଦିତ ହୋଇଥାଏ। ଶୀତଳ ଷଷ୍ଠୀ ସନ୍ଧ୍ୟାରେ ପଞ୍ଚ ମହାଦେବ ନିଜ ସ୍ଵ ସ୍ଵ ଦେଉଳରେ ନିଜ ପାର୍ବତୀଙ୍କ ସହ ପାଣିଗ୍ରହଣ କରି ସ୍ୱତନ୍ତ୍ର ବେଶ ହୋଇଥାନ୍ତି । ତତ୍ପରେ ଜମେଶ୍ଵର ନିଜ ଦିଗବିଜୟ ରଥରେ ବିରାଜମାନ ହୋଇ ଗୁଆଲୀରେ ବାହାରନ୍ତି । ଜମ୍ବେଶ୍ୱର [...]
ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରା ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ।ଶୀତଳ ଷଷ୍ଠୀ ପୂର୍ବ ରାତ୍ରରେ ଏଠାରେ କନ୍ୟାଚୋରି ନୀତି ସମ୍ପାଦିତ ହୋଇଥାଏ। ଶୀତଳ ଷଷ୍ଠୀ ସନ୍ଧ୍ୟାରେ ପଞ୍ଚ ମହାଦେବ ନିଜ ସ୍ଵ ସ୍ଵ ଦେଉଳରେ ନିଜ ପାର୍ବତୀଙ୍କ ସହ ପାଣିଗ୍ରହଣ କରି ସ୍ୱତନ୍ତ୍ର ବେଶ ହୋଇଥାନ୍ତି । ତତ୍ପରେ ଜମେଶ୍ଵର ନିଜ ଦିଗବିଜୟ ରଥରେ ବିରାଜମାନ ହୋଇ ଗୁଆଲୀରେ ବାହାରନ୍ତି । ଜମ୍ବେଶ୍ୱର ଦୋହଲ କରି ସାହି ରେ ପନ୍ତି ଖାଇଥାନ୍ତି । ଏହିପରି ଭାବେ ବାକି ୪ ମହାଦେବ ଯଥା:- ଲୋକନାଥ , ମାର୍କଣ୍ଡେଶ୍ୱର , କପାଳମୋଚନ , ନୀଳକଣ୍ଠ ଆଦି ସ୍ଵ ସ୍ଵ ବୃଷଭରେ ଉପବେଶନ କରି ସାହି ମାନଙ୍କରେ ପନ୍ତି ଖାଇଥାନ୍ତି । ଏହାପରେ ସମସ୍ତ ମହାଦେବ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ର ନାଟମଣ୍ଡପ ରେ ସମସ୍ତ ପଞ୍ଚ ମହାଦେବ ବିରାଜମାନ କରିଥାନ୍ତି । ତତ୍ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର କୁ ବିଜେ କରିଥାନ୍ତି ।
ଏହିଦିନ ସନ୍ଧ୍ୟା ଧୂପ ବଢ଼ିବା ପରେ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ଖଟସେଜ ଘରେ ବିଜେ ହୋଇଥାନ୍ତି। ଏ ଉତ୍ତରେ ଭିତର ମଇଲମ ହୋଇ ଆଲଟ ଲାଗି ହୋଇ ପଣା ଲାଗି ହୋଇ ବଡ଼ସିଂହାର ବେଶ ଭୋଗ ମଣୋହି ହୋଇଥାଏ । ପଞ୍ଚମହାଦେବ ଆଜ୍ଞାମାଳ ପାଇନଥିବାରୁ ପହୁଡ଼ ନୀତି ବନ୍ଦ ରୁହେ ।ମହାଦେବମାନଙ୍କୁ ବିଜେ କଲା ଉତ୍ତାରୁ ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ତତ୍ପରେ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ମହାଦେବମାନଙ୍କୁ ବିଜେ କରାଯାଏ । ତତ୍ପରେ ମହାଜନେ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇ ଲକ୍ଷ୍ମୀ ମନ୍ଦିର ଜଗମୋହନ କୁ ନେଇଥାନ୍ତି ।
ପୂଜା ଠା ହୋଇ ହୋଇ ପୂଜାପଣ୍ଡା ୧୧ ପନ୍ତି ପଞ୍ଚୋପଚାରରେ ଭୋଗ କରିଥାନ୍ତି । ଏହାପରେ ବନ୍ଦାପନା ହୋଇ ଦୋଳଗୋବିନ୍ଦ ବାହୁଡ଼ା ବିଜେ କରିଥାନ୍ତି ଓ ତତ୍ପରେ ପହୁଡ଼ ନୀଦି ଅନୁଷ୍ଠିତ ହୋଇଥାଏ । ତାପରଦିନ ନବ ଦମ୍ପତି ଶ୍ରୀନଅର, ଜଗନ୍ନାଥ ବଲ୍ଲଭ ମଠ ବିଜେ କଲାପରେ ବିଭିନ୍ନ ସ୍ଥାନରେ ପନ୍ତିଭୋଗ ଗ୍ରହଣ କରି ସ୍ଵ ସ୍ଵ ମନ୍ଦିରକୁ ବିଜେ କରିଥାନ୍ତି।
ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମନ୍ନତା ମିଶ୍ରଙ୍କୁ ସ୍ୱର୍ଣ୍ଣ
Next Articleଆଜି ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
