ଟି-୨୦ ବିଶ୍ବକପ୍: ଆଜି ଆମେରିକାକୁ ଭେଟିବ ଭାରତ
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ଟି-୨୦ ବିଶ୍ୱକପ୍ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମ ଦୁଇ ମ୍ୟାଚରେ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ତୃତୀୟ ଗ୍ରୁପ୍ ମ୍ୟାଚରେ ବୁଧବାର (ଜୁନ୍ ୧୨) ସହ ଆୟୋଜକ ଆମେରିକାକୁ ଭେଟିବ | ବିଜୟର ହ୍ୟାଟ୍ରିକ ସହ ଭାରତ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ଚାହିଁବ। ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଖେଳୁଥିବା ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ନିଜ [...]
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ଟି-୨୦ ବିଶ୍ୱକପ୍ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମ ଦୁଇ ମ୍ୟାଚରେ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ତୃତୀୟ ଗ୍ରୁପ୍ ମ୍ୟାଚରେ ବୁଧବାର (ଜୁନ୍ ୧୨) ସହ ଆୟୋଜକ ଆମେରିକାକୁ ଭେଟିବ | ବିଜୟର ହ୍ୟାଟ୍ରିକ ସହ ଭାରତ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ଚାହିଁବ।
ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଖେଳୁଥିବା ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ନିଜ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ କାନାଡ଼ା ଓ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଛି । ତେଣୁ ଆମେରିକାକୁ ହାଲକାରେ ନେବ ନାହିଁ ଭାରତ।
ଆମେରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ମଧ୍ୟ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ | ଏହି ଗ୍ରାଉଣ୍ଡର ପିଚ୍ ଉପରେ ଅନେକ ପ୍ରଶ୍ନ ଉଠିଛି | ଏଯାବତ୍ ଟୁର୍ଣ୍ଣାମେଣ୍ଟର ଯେତିକି ମ୍ୟାଚ୍ ଏହି ପିଚରେ ହୋଇଛି ସେଗୁଡ଼ିକ ଲୋ-ସ୍କୋରିଂ ହୋଇଛି। ନ୍ୟୁୟର୍କରେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଖୋଲାଖୋଲି ତଥା ଦ୍ରୁତ ରନ୍ କରିବା କଷ୍ଟସାଧ୍ୟ ହୋଇଛି। ନିକଟରେ ଏହି ଗ୍ରାଉଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ ଲୋସ୍କୋରିଂ ହୋଇଥିଲା।
ସେହି ମ୍ୟାଚରେ ଭାରତ ମାତ୍ର ୧୧୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ତେବେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ୬ ରନରେ ଜିତିଥିଲା। ଏହି ପିଚରେ ଏଯାବତ୍ ସର୍ବାଧିକ ସ୍କୋର ହେଉଛି ୧୩୭ ରନ୍ । ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଏକ ଲୋ’ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ | ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ମୋଟ ୬ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ ଏବଂ ଦ୍ବିତୀୟ ବ୍ୟାଟିଂ କରିବା ଦଳ ୩ଟି ମ୍ୟାଚ ଜିତିଛି। ନାସାଉରେ ପ୍ରଥମ ଇନିଂସର ହାରାହାରି ସ୍କୋର ହେଉଛି ୧୦୭ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୦୫ ରନ୍।
Mohan Majhi Govt’s First Cabinet Meeting to be Held Today Evening
Next Articleଚତୁର୍ଥ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
