ଟି-୨୦ ବିଶ୍ୱକପ : ତୃତୀୟ ବିଜୟ ସହ ସୁପର-୮ରେ ଭାରତ
ନ୍ୟୁୟର୍କ: ଭାରତ କ୍ରମାଗତ ତୃତୀୟ ବିଜୟ ସହ ଚଳିତ ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ବୁଧବାର ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମର ବୋଲର ଫ୍ରେଣ୍ଡଲି ପିଟ୍ରେ ଆମେରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୧୦ ରନ କରିଥିଲା। ଏହାର ଜବାବରେ ଭାରତ ୩୯ ରନରେ [...]
ନ୍ୟୁୟର୍କ: ଭାରତ କ୍ରମାଗତ ତୃତୀୟ ବିଜୟ ସହ ଚଳିତ ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ବୁଧବାର ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମର ବୋଲର ଫ୍ରେଣ୍ଡଲି ପିଟ୍ରେ ଆମେରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୧୦ ରନ କରିଥିଲା। ଏହାର ଜବାବରେ ଭାରତ ୩୯ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ହେଲେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେ ଚତୁର୍ଥ ଓ୍ବିକେଟରେ ୬୭ ରନର ଅବିଭକ୍ତ ଭାଗୀଦାରି କରିଥିବାବେଳେ ଭାରତ ୧୮.୨ ଓଭରରେ ୩ ଓ୍ବିକେଟ୍ ହରାଇ ହରାଇ ମ୍ୟାଚ୍ ଜିତି ନେଇଥିଲା। ସୂର୍ଯ୍ୟକୁମାର ୫୦ (୨ ଚୌକା, ୨ ଛକା) ଓ ଦୁବେ ୩୧ (୧ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଥିଲେ । ଆମେରିକା ପକ୍ଷରୁ ସୌରଭ ନେତ୍ରାଭଲକର ୨ଟି ଓ ଅଲୀ ଖାନ ଗୋଟିଏ ଓ୍ବିକେଟ୍ ନେଇଥିଲେ । ଗ୍ରୁପ୍ ‘ଏ’ରେ ଭାରତ ୩ଟି ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ୩ ମ୍ୟାଚରୁ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଦ୍ଵିତୀୟ ସ୍ଥାନରେ ଅପରିବର୍ତ୍ତିତ ରହି ସୁପର—୮ ସମ୍ଭାବନା ଉଜ୍ଜୀବିତ ରଖିଛି ।
ପୂର୍ବରୁ ଭାରତ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୯ ରନ ବିନିମୟରେ ୪ ଓ୍ବିକେଟ୍ ନେଇଥିଲେ। ଟି-୨୦ ବିଶ୍ଵକପରେ କୌଣସି ଭାରତୀୟ ବୋଲରଙ୍କ ପକ୍ଷରୁ ଏହା ସର୍ବଶ୍ରେଷ୍ଠ ବୋଲିଂ । ପୂର୍ବରୁ ୨୦୧୧ ମୀରପୁରଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରବିଚନ୍ଦ୍ରନ ଅଶ୍ଵିନ ୧୧ ରନରେ ୪ ଓ୍ବିକେଟ୍ ନେଇ ରେକର୍ଡର ଅଧିକାରୀ ଥିଲେ। ଆମେରିକା ପକ୍ଷରୁ ନୀତୀଶ କୁମାର ସର୍ବାଧିକ ୨୭ ଓ ଷ୍ଟିଭେନ ଟେଲର ୨୪ ରନ କରିଥିଲେ। ଅର୍ଶଦୀପଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ। ଅର୍ଶଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
୩-୪ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ସକ୍ରିୟ ହୋଇପାରେ ମୋୖସୁମୀ
Next ArticleFour Dwaras of Sri Jagannath Temple Opened , CM And Ministers Perform Parikrama
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
