ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟି-୨୦ ବିଶ୍ୱକପ: ସଲ୍ଟଙ୍କ ବିସ୍ଫୋରକ ଇନିଂସ୍, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଇଂଲଣ୍ଡ

ଗ୍ରସ ଆଇଲେଟ୍ : ଓପନର ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଇନିଂସ୍ ବଳରେ ଇଂଲଣ୍ଡ ଗୁରୁବାର ଏଠାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ପ୍ରଦତ୍ତ ୧୮୧ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୨ ଓ୍ବିକେଟ୍ ହରାଇ ମାତ୍ର ୧୭.୩ ଓଭରରେ ହାସଲ କରିନେଇଥିଲା । ଦଳ ତରଫରୁ ଫିଲ୍ ସଲ୍ଟ ଆକର୍ଷଣୀୟ ୮୭ ରନର ଅପରାଜିତ ଇନିଂସ ଖେଳିଥିଲେ।। ଓପନିଂ ଯୋଡ଼ି ଅଧିନାୟକ ଜୋସ୍ ବଟଲର ଏବଂ [...]

Admin•ଜୁନ 20, 2024
Share Article:

ଗ୍ରସ ଆଇଲେଟ୍ : ଓପନର ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଇନିଂସ୍ ବଳରେ ଇଂଲଣ୍ଡ ଗୁରୁବାର ଏଠାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି।

ୱେଷ୍ଟଇଣ୍ଡିଜ୍ ପ୍ରଦତ୍ତ ୧୮୧ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୨ ଓ୍ବିକେଟ୍ ହରାଇ ମାତ୍ର ୧୭.୩ ଓଭରରେ ହାସଲ କରିନେଇଥିଲା । ଦଳ ତରଫରୁ ଫିଲ୍ ସଲ୍ଟ ଆକର୍ଷଣୀୟ ୮୭ ରନର ଅପରାଜିତ ଇନିଂସ ଖେଳିଥିଲେ।। ଓପନିଂ ଯୋଡ଼ି ଅଧିନାୟକ ଜୋସ୍ ବଟଲର ଏବଂ ଫିଲ୍ ସଲ୍ଟ ଧମାକାଦାର ଆରମ୍ଭ କରି ପ୍ରଥମ ଓ୍ବିକେଟରେ ୬୭ ରନର ଭାଗିଦାରୀ କରିଥିଲେ | ବଟଲର୍ ୨୫ ରନ୍ କରି ଆଉଟ୍ ହୋଇଥିଲେ। ମୋଇନ୍ ଅଲି (୧୩) ବିଶେଷ କିଛି କରିପାରି ନଥିଲେ ଓ ଶୀଘ୍ର ପାଭିଲିୟନ ଫେରିଥିଲେ। ଏହା ପରେ ଫିଲ୍ ସଲ୍ଟ ଏବଂ ଜନି ବେୟାରଷ୍ଟୋ ଓ୍ବେଷ୍ଟଇଣ୍ଡିଜକୁ ଆଉ କୌଣସି ସୁଯୋଗ ନ‌ ଦେଇ ଇଂଲଣ୍ଡକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ସଲ୍ଟଙ୍କ ବିସ୍ଫୋରକ ଇନିଂସ୍ ସହ ଜନି ବେୟାରଷ୍ଟୋ ୪୮ ରନ୍ କରି ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରସେଲ ଏବଂ ରୋଷ୍ଟନ୍ ଚେଜ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇ ୱେଷ୍ଟଇଣ୍ଡିଜ୍ ୪ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। ଦଳ‌ ତରଫରୁ ଜନସନ ଚାର୍ଲ୍ସ ସର୍ବାଧିକ ୩୮ ରନ୍ କରିଥିବା ବେଳେ ନିକୋଲାସ ପୁରାନ ଏବଂ ଅଧିନାୟକ ରୋଭମାନ ପାୱେଲ ପ୍ରତ୍ୟେକ ୩୬ ରନ୍ କରିଥିଲେ। ଶେଷ ଆଡ଼କୁ ରଦରଫୋର୍ଡ ଦ୍ରୁତ ୨୮ ରନ୍ ସଂଗ୍ରହ କରିଥିଲେ।

#Odia#Odisha#News
Share Article:

Related Articles