ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଗଲେ ଯୁବକ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ସେହି ଗାଁର ହେମନସେନ ବେହେରା ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ୫ ଜଣ ସାଙ୍ଗ ଗାଧୋଇବାକୁ ସମୁଦ୍ର ପାଣିରେ ପଶିଥିଲେ। ମାତ୍ର ପ୍ରବଳ ଲହଡ଼ି ମାଡ଼ରେ ହେମନସେନ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ। ବୁଧବାର ସନ୍ଧ୍ୟାରୁ ଏଯାବତ୍ ତାଙ୍କ ଖୋଜଖବର ମିଳିନାହିଁ। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର [...]

Admin•ଜୁନ 20, 2024
Share Article:

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ସେହି ଗାଁର ହେମନସେନ ବେହେରା ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ୫ ଜଣ ସାଙ୍ଗ ଗାଧୋଇବାକୁ ସମୁଦ୍ର ପାଣିରେ ପଶିଥିଲେ। ମାତ୍ର ପ୍ରବଳ ଲହଡ଼ି ମାଡ଼ରେ ହେମନସେନ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ। ବୁଧବାର ସନ୍ଧ୍ୟାରୁ ଏଯାବତ୍ ତାଙ୍କ ଖୋଜଖବର ମିଳିନାହିଁ। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ତଥା ଖାନତଲାସ କାର୍ଯ୍ୟ ତଦାରଖ କରୁଛନ୍ତି।

ପ୍ରକାଶ ଥାଉକି ଆର୍ଯ୍ୟପଲ୍ଲୀ ସମୁଦ୍ର ବିଧିବଦ୍ଧ ବେଳାଭୂମି ମାନ୍ୟତା ପାଇଥିଲେ ହେଁ ଏଠାକୁ ଅଧିକ ପର୍ଯ୍ୟଟକ ଆସିନଥାନ୍ତି। ମତ୍ସ୍ୟଜୀବୀଙ୍କୁ ବାଦ୍ ଦେଲେ ଏହି ବେଳାଭୂମି ପ୍ରାୟତଃ ଶୁନଶାନ୍ ଓ ନିଚ୍ଛାଟିଆ ଥାଏ। ସ୍ଥାନୀୟ ଗାଁ ଲୋକ ଓ କାଁ ଭାଁ ସ୍ଥାନୀୟ ପର୍ଯ୍ୟଟକ ହିଁ ଏଠାକୁ ଆସିଥାନ୍ତି। କିନ୍ତୁ ସମୁଦ୍ର ଅଚାନକ ଗଭୀର ଥିବା ସହ‌ ପ୍ରବଳ ଲହଡ଼ି ମାଡ଼ ହେତୁ ଏଭଳି ଘଟଣା ଘଟୁଥିବା ନଜିର ରହିଛି। ଗତବର୍ଷ ନିକଟସ୍ଥ ଗାଁର କିଛି ବାଳିକା ଓ କିଶୋରୀ ନିକଟସ୍ଥ ସମୁଦ୍ରରେ ସ୍ନାନ ବେଳେ ଭାସି ଯାଇଥିଲେ। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

#Odia#Odisha#News
Share Article:

Related Articles