ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଚମକିଲେ ସୂର୍ଯ୍ୟ, ବୁମ୍‌ରା: ଆଫଗାନିସ୍ତାନକୁ ହରାଇଲା ଭାରତ

ବାର୍ବାଡୋସ୍: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୮୧ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ‌ଆଫଗାନିସ୍ତାନ‌ ତରଫରୁ ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍‌ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ [...]

Admin•ଜୁନ 21, 2024
Share Article:

ବାର୍ବାଡୋସ୍: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୮୧ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ‌ଆଫଗାନିସ୍ତାନ‌ ତରଫରୁ ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍‌ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ ୧୯ ଓ ଗୁଲବଦିନ ନାଇବ‌ ୧୭ ରନ୍ କରିଥିଲେ। ଆଫଗାନିସ୍ତାନର ୫ ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ୩ଟି ଲେଖାଏ ଓ୍ବିକେଟ୍ ନେଇଥିଲେ। କୁଲଦୀପ ଯାଦବ ଦୁଇଟି ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଓ୍ବିକେଟ୍ ପାଇଥିଲେ।

ପୂର୍ବରୁ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା(୮) ଓ ବିରାଟ କୋହଲି(୨୪) ପୁଣି ଥରେ ଫ୍ଲପ ହୋଇଥିଲେ। ରିଷଭ ପନ୍ତ ତୃତୀୟ ସ୍ଥାନରେ ଆସି କିଛି ଆକର୍ଷଣୀୟ ଶଟ୍ ଖେଳିଥିଲେ। ୧୧ ବଲ୍‌ରୁ ୪ ଚୌକା ସହ ୨୦ ରନ୍ କରି ସେ ରନ୍ ଗତି ବଢାଇଥିଲେ। ଦଳୀୟ ସ୍କୋର ୫୪ରେ ପନ୍ତ ଆଉଟ୍ ହୋଇଥିଲେ। ଏହାର ୨ ଓଭର ମଧ୍ଯରେ ୨୪ ବଲ୍‌ରୁ ୨୪ ରନ୍‌ କରିଥିବା ବିରାଟ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଟି୨୦ରେ ବିଶ୍ବର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର କ୍ରମାଗତ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ସହ ସେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶିବମ ଦୁବେ(୧୦)ଙ୍କ ସହିତ ସେ ୨୮ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ରି (୩୨)ଙ୍କ ସହ ସେ ୬୦ ରନ୍ ଯୋଡିଥିଲେ। ସୂର୍ଯ୍ୟକୁମାର ମାତ୍ର ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରି ସେ ସ୍କୋର କରିଥିଲେ ୫୩ ରନ୍। ଅନ୍ୟ ପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ ୨୪ ବଲ୍‌ ଖେଳି ୩୨ ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା ମାତ୍ର ୭ ରନ୍ କରି ଆଉଟ ହୋଇଥିବା ବେଳେ ଅନ୍ତିମ ଓଭରରେ ୬ ବଲ୍‌ରୁ ୧୨ ରନ୍ କରି ଭାରତୀୟ ସ୍କୋରକୁ ୧୮୧ରେ ପହଞ୍ଚାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବରେ ଫଜିଲ୍ଲକ ଫାରୁକି ଓ ରଶିଦ ଖାନ୍ ୩ଟି ଲେଖାଏ ନବୀନ ଉଲ‌ ହକ୍ ଗୋଟିଏ ଓ୍ବିକେଟ୍ ନେଇଥିଲେ।

#Odia#Odisha#News
Share Article:

Related Articles