ଗଞ୍ଜାମରେ ଖୋଲିବ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍ (ଏମ୍ଆରଏଚ୍ଆରୟୁ) ଖୋଲିବାକୁ ଯାଉଛି। ପ୍ରାଥମିକ ଭାବେ ରୁରାଲ୍ ବାର୍ଥ କୋହର୍ଟ ରିସର୍ଚ୍ଚ ୟୁନିଟ୍ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଏମ୍ଆରଏଚ୍ଆରୟୁ ଭାବେ ବିକଶିତ କରାଯିବ। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠାରେ ଏହା କାର୍ଯ୍ୟକାରୀ ହେବ। କଟକ ଜିଲ୍ଲାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ତରଫରୁ ଏକ ୟୁନିଟ୍ ପରେ ଶେରଗଡରେ ହେବ ରାଜ୍ୟର ଦ୍ବିତୀୟ [...]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍ (ଏମ୍ଆରଏଚ୍ଆରୟୁ) ଖୋଲିବାକୁ ଯାଉଛି। ପ୍ରାଥମିକ ଭାବେ ରୁରାଲ୍ ବାର୍ଥ କୋହର୍ଟ ରିସର୍ଚ୍ଚ ୟୁନିଟ୍ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଏମ୍ଆରଏଚ୍ଆରୟୁ ଭାବେ ବିକଶିତ କରାଯିବ। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠାରେ ଏହା କାର୍ଯ୍ୟକାରୀ ହେବ। କଟକ ଜିଲ୍ଲାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ତରଫରୁ ଏକ ୟୁନିଟ୍ ପରେ ଶେରଗଡରେ ହେବ ରାଜ୍ୟର ଦ୍ବିତୀୟ ଏଭଳି କେନ୍ଦ୍ର। ସୁରକ୍ଷିତ ମାତୃତ୍ଵ, ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଯତ୍ନ ବାବଦରେ ଏଠାରେ ଗବେଷଣା କରାଯିବ। ୬ ବର୍ଷ ପାଇଁ ଏହି ୟୁନିଟ୍ କାର୍ଯ୍ୟ କରିବ। ପ୍ରାଥମିକ ଭାବେ ଶେରଗଡ଼ ଓ ଦିଗପହଣ୍ଡି ବ୍ଲକକୁ ନେଇ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟ କରିବ ଯାହା ପରେ ଅନ୍ୟ ବ୍ଲକକୁ ସମ୍ପ୍ରସାରିତ ହେବ।
ଗର୍ଭବତୀଙ୍କ ରକ୍ତ ପରୀକ୍ଷା, ସେମାନଙ୍କ ଶରୀରରେ କଣ ସ୍ଵାସ୍ଥ୍ୟଗତ ସମସ୍ୟା ରହୁଛି ତାହାର ଅନୁଧ୍ୟାନ କରିବା, ଶିଶୁ ଜନ୍ମ ଠାରୁ ୫ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ କେଉଁ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଶରୀରରେ କେଉଁ ବ୍ୟାକ୍ଟେରିଆ ଦେଖିବାକୁ ମିଳୁଛି ସେ ବାବଦରେ ଗବେଷଣା କରାଯିବ। ଏଥିପାଇଁ ଏବେ ଥିବା ୮ ଜଣ ଗବେଷକଙ୍କ ସଂଖ୍ୟା ଆଗକୁ ବୃଦ୍ଧି କରାଯିବ। ଗ୍ରାମାଞ୍ଚଳରେ ଆଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଣ, ସ୍ବାସ୍ଥ୍ୟ ସମ୍ପର୍କିତ ଗବେଷଣା, ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ସଂସ୍ଥା ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା, ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ଉପଲବ୍ଧ କରାଇବା ଦିଗରେ କାମ କରିବ ଏହି କେନ୍ଦ୍ର। ଆମ ରାଜ୍ୟରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୧୧୯ ମାଆ ଓ ୩୬ ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବା ସାମ୍ପଲ୍ ରିସର୍ଚ୍ଚ ସର୍ଭେ ରିପୋର୍ଟରୁ ଜଣାପଡ଼େ। ଏହି ମୃତ୍ୟୁ ହାର ହ୍ରାସ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ କରୁଛି। ଶେରଗଡ଼ରେ ଦ୍ବିତୀୟ ଏମ୍ଆରଏଚ୍ଆରୟୁ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ।
ଏ ମଧ୍ୟରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନେଇ ଆଇସିଏମ୍ଆର୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଏଡିପିଏଚ୍ଓ (ପରିବାର କଲ୍ୟାଣ) ଡ଼ା. ସରୋଜିନୀ ଦେବୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ୟୁନିଟ୍ ରାଜ୍ୟର ସ୍ବାସ୍ଥ୍ୟ ସେବା ଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ ପ୍ରମାଣିତ ହେବାକୁ ଯାଉଛି।
CM Majhi Directs Water Resources Dept to Remain in Preparedness for Managing Possible Flood Situation
Next ArticleNaveen Boosts Morale of BJD Leaders and Workers
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
