ଟି-୨୦ ବିଶ୍ଵକପ: ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ଭାରତ
ନର୍ଥ ସାଉଣ୍ଡ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଜୟଯାତ୍ରା ଜାରି ରଖିଛି। ଶନିବାର ସୁପର-୮ର ଗ୍ରୁପ୍ ୧ ମ୍ୟାଚରେ ଭାରତ ୫୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟସ୍ ହାରି ପ୍ରଥମେ [...]
ନର୍ଥ ସାଉଣ୍ଡ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଜୟଯାତ୍ରା ଜାରି ରଖିଛି। ଶନିବାର ସୁପର-୮ର ଗ୍ରୁପ୍ ୧ ମ୍ୟାଚରେ ଭାରତ ୫୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା(୨୩) ଓ ବିରାଟ କୋହଲି(୩୭) ପ୍ରଥମ ଓ୍ବିକେଟରେ ୩୯ ରନ୍ ଯୋଡ଼ିଥିଲେ । ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍ କରିଥିଲେ। ଏହାପରେ ଶିବମ ଦୁବେ କ୍ରିଜ୍ରେ ଯୋଗଦେଇ ୨୪ ବଲ୍ରୁ ୩୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯ ୨୭ ବଲ୍ ଖେଳି ୫୦ ରନ୍ କରିବା ସହ ଶେଷଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ଓ୍ବିକେଟ୍ ନେଇଥିଲେ।
୧୯୭ ରନ୍ ଲକ୍ଷ୍ୟର ଜବାବରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍ କରିଥିଲା। ପଞ୍ଚମ ଓଭରରେ ଲିଟନ ଦାସ(୧୩)ଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ ହାର୍ଦ୍ଦିକ । ବାଂଲାଦେଶ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ଶାନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ବିଶଦ ହୋସେନ ୨୪ ରନ୍ କରିଥିଲେ। ଗୋଟିଏ ପଟରୁ ଯଶପ୍ରୀତ୍ ବୁମରା ଟାଇଟ୍ ବୋଲିଂ କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଦେଖିବାକୁ ମିଳିଥିଲା। କୁଲଦୀପ ମାତ୍ର ୧୯ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିଲେ । ବୁମରାଓ ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ୍ ନେଇଥିଲେ। ଭାରତ ସୁପର-୮ର ଦୁଇରୁ ଦୁଇ ବିଜୟ ସହ ସେମିଫାଇନାଲ ଦ୍ୱାରଦେଶରେ ପହଞ୍ଚିଛି। ଟିମ୍ ଇଣ୍ଡିଆ ଗ୍ରୁପ୍ ୧ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଯଦି ଏହି ଗ୍ରୁପର ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ହରାଏ ତେବେ ଭାରତ ସହ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିବେ।
Devotees Throng to Alarnath As Holy Trinity Recuperate in Anasara Gruha
Next ArticleISRO Successfully Completes RLV Technology Demonstrations Through LEX Trio
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
