ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗଞ୍ଜାମ ଜିଲ୍ଲାରେ ୩୧ % କମ୍ ବର୍ଷା, ତଥାପି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଚୂଡ଼ାନ୍ତ

ଛତ୍ରପୁର: ଗତବର୍ଷ ତୁଳନାରେ ଗଞ୍ଜାମ ଜିଲ୍ଲାରେ ଚଳିତ ଥର ଏଯାବତ୍ ଶତକଡ଼ା ୩୧ ଭାଗ କମ୍ ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି। ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକରେ ଏହି ଆଲୋଚନା ହୋଇଛି। ଜିଲ୍ଲାର ପ୍ରତି ବ୍ଲକରେ ରାପିଡ୍ ରେସପନ୍ସ ଟିମ୍ ସଜାଗ ରହିଛି। ସମସ୍ତ ଜରୁରୀକାଳୀନ ବିଭାଗ [...]

Admin•ଜୁନ 24, 2024
Share Article:

ଛତ୍ରପୁର: ଗତବର୍ଷ ତୁଳନାରେ ଗଞ୍ଜାମ ଜିଲ୍ଲାରେ ଚଳିତ ଥର ଏଯାବତ୍ ଶତକଡ଼ା ୩୧ ଭାଗ କମ୍ ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି। ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକରେ ଏହି ଆଲୋଚନା ହୋଇଛି।

ଜିଲ୍ଲାର ପ୍ରତି ବ୍ଲକରେ ରାପିଡ୍ ରେସପନ୍ସ ଟିମ୍ ସଜାଗ ରହିଛି। ସମସ୍ତ ଜରୁରୀକାଳୀନ ବିଭାଗ ଯଥା ପୋଲିସ, ଅଗ୍ନିଶମ, ବିଦ୍ୟୁତ୍, ଦୂର ସଞ୍ଚାର ସମେତ ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ପ୍ରସ୍ତୁତି କରିଛନ୍ତି। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡିକୁ ସଜାଡ଼ିବା, ତଳିଆ ଅଞ୍ଚଳ ଚିହ୍ନଟ, ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର ନିମନ୍ତେ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଏଥିପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ପଶୁ ସମ୍ପଦ ନିମନ୍ତେ ଗୋଖାଦ୍ୟ, ଟିକା, ଔଷଧ ଆଦି ମହଜୁଦ ରଖାଯାଇଛି। ଚୁଡ଼ା, ଗୁଡ଼, ମହମବତୀ ଆଦି ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ଯଥେଷ୍ଟ ମାତ୍ରାରେ ଔଷଧ, ହୋଲୋଜେନ୍ ବଟିକା, ସାପ କାମୁଡ଼ା ଔଷଧ ମହଜୁଦ ରଖିଛି।

ସେହିପରି ଭାଙ୍ଗି ଯାଇଥିବା ନଦୀ ବନ୍ଧ ମରାମତି, କେନାଲ ଓ ବନ୍ଧ ଗୁଡିକର ଦୁର୍ବଳ ସ୍ଥାନ ମରାମତି, ବନ୍ୟା ଜଳ ନିଷ୍କାସନ ନେଇ ଆଲୋଚନା ହୋଇଥିଲା। ଯଦି ବି ପ୍ରାକୃତିକ ଦୁର୍ବିପାକ ଆସେ ତଥାପି ମୃତ୍ୟୁ ଯେମିତି ଶୂନ ରହେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଜିଲ୍ଲାପାଳ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁଶ୍ରୀ ମଧୁମିତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles